ଅପରାଧ

ସିପେଟ କଲେଜ ଛାତ୍ରଙ୍କଠାରୁ ଖଣ୍ଡା ଏବଂ ଛୁରୀ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ କେବିଏନ ଗ୍ରୁପକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କମିଶନେରେଟ ପୁଲିସ କିଛି ଛାତ୍ରଙ୍କ ନିକଟରୁ ଛୁରୀ, ଖଣ୍ଡା ଆଦି ଜବତ କରିଛି । ରବିବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଦୁଇ କଲେଜ ଛାତ୍ରଙ୍କ ବ୍ୟାଗରୁ ଏହି ମାରଣାସ୍ତ୍ର ଜବତ କରିବା ଘଟଣା ଯୁବପିଢିଙ୍କ ବିପଥଗାମୀ ହେଉଥିବାର ଆଉ ଏକ ନଗ୍ନ ଚିତ୍ର ବୋଲି କୁହାଯାଉଛି । ଦୁଇ ଛାତ୍ର ହେଲେ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ) ପଟିଆର । ଉଭୟଙ୍କୁ ଗିରଫ କରାଯାଇଛି ।
ମାରଣାସ୍ତ୍ର ମିଳିବା ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିବା ସହ ଉଭୟଙ୍କୁ ପଚରାଉଚରା କରୁଛି । ଏହି ମାରଣାସ୍ତ୍ର ସେମାନେ କେଉଁଠୁ ଆଣିଲେ, କେଉଁଥି ପାଇଁ ଏସବୁକୁ ନେଇ ସେମାନେ ବିଳମ୍ବତ ରାତିରେ କେଉଁଠିକୁ ଯାଉଥିଲେ ଆଦି ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ ।

Related posts

ଟାଙ୍ଗିଆରେ ଶ୍ୱଶୂରଙ୍କୁ ହତ୍ୟା କଲା ବୋହୂ

mahabharatanews

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

ପୋଲିସ ଚଢ଼ାଉ: ୩୬ ଲିଟର ବେଆଇନ ବିଦେଶୀ ମଦ ଜବତ

mahabharatanews