ଅପରାଧ

୬୦୦ କୋଟି ଟଙ୍କର ହେରୋଇନ ଜବତ

ଅହମଦାବାଦ: ଦେଶରେ ଥମୁନି ବେଆଇନ ଧଳା ଜହର ବେପାର । କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଲମ୍ବିଛି ଏହି ସାମ୍ରାଜ୍ୟର ଚେର । ଗୁଜୁରାଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ୧୨୦ କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଯାହାର ବଜାରରେ ଆନୁମାନିକ ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ । ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ ହୋଇଥିବା ସୂଚନା ମିଳିଛି । ପାକିସ୍ତାନରୁ ସମୁଦ୍ର ରାସ୍ତାରେ ଆମଦାନୀ କରାଯାଉଥିବା ବେଳେ ରାଜ୍ୟ ପୋଲିସର ଏଟିଏସ ଏହି ବେଆଇନ ନିଶା ସାମଗ୍ରୀକୁ ଜବତ କରିଛି । ପାକିସ୍ତାନରୁ ଆସିଥିବା ଗୋଟିଏ ଡଙ୍ଗାରୁ ଗିରଫ ହୋଇଥିବା ୩ ଜଣ ବେପାରୀ ଏହି ନିଶା ଦ୍ରବ୍ୟକୁ ସଂଗ୍ରହ କରିଥିବା କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ ।

Related posts

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଯୁବକ

mahabharatanews

ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଚୋରା ଦେଶୀ ମଦ ନଷ୍ଟ

mahabharatanews

ପୋଲତଳେ ମହିଳାଙ୍କ ମୃତଦେହ ! ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

mahabharatanews