ଅପରାଧ

୬୦୦ କୋଟି ଟଙ୍କର ହେରୋଇନ ଜବତ

ଅହମଦାବାଦ: ଦେଶରେ ଥମୁନି ବେଆଇନ ଧଳା ଜହର ବେପାର । କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଲମ୍ବିଛି ଏହି ସାମ୍ରାଜ୍ୟର ଚେର । ଗୁଜୁରାଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ୧୨୦ କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଯାହାର ବଜାରରେ ଆନୁମାନିକ ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ । ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ ହୋଇଥିବା ସୂଚନା ମିଳିଛି । ପାକିସ୍ତାନରୁ ସମୁଦ୍ର ରାସ୍ତାରେ ଆମଦାନୀ କରାଯାଉଥିବା ବେଳେ ରାଜ୍ୟ ପୋଲିସର ଏଟିଏସ ଏହି ବେଆଇନ ନିଶା ସାମଗ୍ରୀକୁ ଜବତ କରିଛି । ପାକିସ୍ତାନରୁ ଆସିଥିବା ଗୋଟିଏ ଡଙ୍ଗାରୁ ଗିରଫ ହୋଇଥିବା ୩ ଜଣ ବେପାରୀ ଏହି ନିଶା ଦ୍ରବ୍ୟକୁ ସଂଗ୍ରହ କରିଥିବା କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ ।

Related posts

ଥାନା ପଡିଶାରେ ଚାଲିଛି ଚୋରା ମୋବାଇଲ କାରବାର

mahabharatanews

ସନ୍ଦିଗ୍ଧ ଯୁବକଙ୍କୁ ବାନ୍ଧିଲା ପୋଲିସ

mahabharatanews

ସ୍ୱାମୀ କଲା ଗଣଦୁଷ୍କର୍ମ , ଭିଡିଓକୁ କଲା ଭାଇରାଲ

mahabharatanews