ଭାରତ

ଚାନେଲ ବିତର୍କ ପ୍ରଦୂଷଣର କାରଣ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମ କୋର୍ଟରେ ଅ।ଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ ଭି ରମନାଙ୍କ ଖଣ୍ଡପୀଠ ସରକାରକୁ କଟାକ୍ଷ କରିଛନ୍ତି । ବିଭିନ୍ନ ଟିଭି ଚ୍ୟାନେଲର ବିତର୍କକୁ ପ୍ରଦୂଷଣର ପ୍ରମୁଖ କାରଣ ବୋଲି କହିଛନ୍ତି ଖଣ୍ଡପୀଠ । ନଡ ଜଳିବ।। ନୁହେଁ ଚ୍ୟାନେଲରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ ପ୍ରଦୂଷଣ ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି । ମିଛଟାରେ ଚାଷୀଙ୍କୁ ଦୋଷୀ କରାଯାଉଛି । ବାଣଫୁଟାକୁ ବାରଣ ସତ୍ତେ୍ୱ ଲୋକେ ସଚେତନ ନ ହୋଇ ବାଣ ଫୁଟାଯାଇଛି । ଏହା ଦ୍ୱାରା ବାୟୁ ପ୍ରଦୂଷଣ ବଢିଛି । ଖାଲି ୫ ତାରକା ହୋଟେଲରେ ବସି ଚାଷୀଙ୍କୁ ଦାୟୀ କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି ।
ନଡାମୂଳ ଜଳାଇବା ଦ୍ୱାରା ୩୦-୪୦ପ୍ରତିଶତ ପ୍ରଦୂଷଣ ସୃଷ୍ଟି ହେଉଛି । କିନ୍ତୁ ବାଣ ଫୁଟାଇବା ଦ୍ୱାର।। ଅଧିକ ପ୍ରଦୂଷଣ ହେଉଛି । ହେଲେ ବାଣ ଉପରେ କାର୍ଯ୍ୟାନୁଷ୍ଠାନ ନ ହୋଇ କେବଳ ଚାଷୀଙ୍କୁ ଦାୟୀ କରାଯାଉଛି । ଅନ୍ୟପଟେ ଚାଷୀଙ୍କ ରୋଜଗାର ସଜାଡିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି କୋର୍ଟ କହିଛନ୍ତି ।

Related posts

ସଂସଦରେ ହାତ ମିଳାଇଲେ ପିଏମ୍ ମୋଦୀ- ରାହୁଲ ଗାନ୍ଧୀ

mahabharatanews

ସୁଖୋଇ-୩୦ରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

mahabharatanews

ବ୍ରଶ କରିବା ପରେ ଚାଲିଗଲା ଜୀବନ

mahabharatanews