ଓଡିଶା

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟର କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି। ବୟସ ମାତ୍ର ୨ ବର୍ଷ ୯ ମାସ, କିନ୍ତୁ ତାଙ୍କୁ ନେଇ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ । ଅସାଧାରଣ ଧୀ ଶକ୍ତି ପାଇଁ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ନବରଙ୍ଗପୁର ଜିଲ୍ଲା ପରି ଏକ ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳର ଏହି କଳି ଏବେ ଜିଲ୍ଲା ତଥା ରାଜ୍ୟବ୍ୟାପୀ ଚର୍ଚ୍ଚ।।ର ବିଷୟ ପାଲଟିଛନ୍ତି ।
ଏଞ୍ଜେଲଙ୍କ ଅସାଧାରଣ ଜ୍ଞାନ ବିଷୟରେ ମାତ୍ର ଦେଢ଼ ବର୍ଷ ବୟରୁ ଜଣା ପଡ଼ିଥିଲା । କୁସୁମଗୁଡା ସାହିରେ ଏଞ୍ଜେଲଙ୍କ ପରିବାର ବସବାସ କରନ୍ତି । ତାଙ୍କ ବାପା ନରେନ୍ଦ୍ର କୁମାର ହରିଜନ ଶିକ୍ଷକତା କରୁଥିବା ବେଳେ , ମାତା ଝାନ୍ସି ରାଣୀ ଠାକୁର ଜଣେ ଗୃହିଣୀ । ଏଞ୍ଜେଲ ଏପର୍ୟ୍ୟନ୍ତ ସ୍କୁଲ ଯାଇ ନାହାଁନ୍ତି କି ଘରେ ମଧ୍ୟ ତାଙ୍କର ପାଠପଢା ଆରମ୍ଭ ହୋଇନାହିଁ । । ସେ ଏକା ଥରକେ ୧୧ ଟି ଇଂରାଜୀ ଗୀତ, ଆଲ୍ଫା ବେଟରେ ଇ ରୁ ତ ପର୍ୟ୍ୟନ୍ତ ପଢୁଛନ୍ତି ଓ ପ୍ରତି ଅକ୍ଷରର ଅର୍ଥ ବୁଝାଇ ପାରୁଛନ୍ତି।
ଏହାବ୍ୟତୀ. ମହା ମୃତ୍ୟୁଞ୍ଜୟ ମନ୍ତ୍ର,ଗଣେଷ ବନ୍ଦନା, ସାଇ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିସା, ଏବଂ ଜାତୀୟ ସଙ୍ଗୀତ, ଦଶ ପ୍ରକାର ଆକୃତି ଓ ରଙ୍ଗ ଚିହ୍ନିବାର କ୍ଷମତା ରଖିଛନ୍ତି । ଏଞ୍ଜେଲ ଙ୍କ ପିତା ଅଗଷ୍ଟରେ ଅନ ଲାଇନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପ୍ରତିଯୋଗିତାରେ ଆବେଦନ କରିଥିଲେ। ଏଞ୍ଜେଲ୍ସଙ୍କ ନାମ ପଞ୍ଜିକରଣ ହେବା ପରେ ତାଙ୍କ ପିତା ସମସ୍ତ ଭିଡିଓ ଓ ତଥ୍ୟ ଅନ୍ ଲାଇନ ରେ ଅପଲୋଡ କରିଥିଲେ। ଏହା ପରେ ଭଚ୍ୟୁଆଲ ମିଡିଆରେ ପରୀକ୍ଷା ନିଆଯାଇଥିଲା । ଚଳିତ ମାସ ୧୧ରେ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା ଓ ଏଥିରେ ଏଞ୍ଜେଲ କୃତକାର୍ଯ୍ୟକାର୍ଯ୍ୟହୋଇଥବବା ଜଣାପଡିଥିଲା । ଗତକାଲି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ଏଞ୍ଜେଲଙ୍କ ନିକଟକୁ ମେଡାଲ, ଷ୍ଟିକର, ବେଜ, ମାନପତ୍ର ଇତ୍ୟାଦି ପହଞ୍ଚିଥିଲା।

 

Related posts

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews

ହୁକାଟୋଲା ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଆଜିଠାରୁ ଆରମ୍ଭ ସ୍ବତନ୍ତ୍ର ଓଜେଇଇ

mahabharatanews