ଓଡିଶା

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟର କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି। ବୟସ ମାତ୍ର ୨ ବର୍ଷ ୯ ମାସ, କିନ୍ତୁ ତାଙ୍କୁ ନେଇ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ । ଅସାଧାରଣ ଧୀ ଶକ୍ତି ପାଇଁ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ନବରଙ୍ଗପୁର ଜିଲ୍ଲା ପରି ଏକ ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳର ଏହି କଳି ଏବେ ଜିଲ୍ଲା ତଥା ରାଜ୍ୟବ୍ୟାପୀ ଚର୍ଚ୍ଚ।।ର ବିଷୟ ପାଲଟିଛନ୍ତି ।
ଏଞ୍ଜେଲଙ୍କ ଅସାଧାରଣ ଜ୍ଞାନ ବିଷୟରେ ମାତ୍ର ଦେଢ଼ ବର୍ଷ ବୟରୁ ଜଣା ପଡ଼ିଥିଲା । କୁସୁମଗୁଡା ସାହିରେ ଏଞ୍ଜେଲଙ୍କ ପରିବାର ବସବାସ କରନ୍ତି । ତାଙ୍କ ବାପା ନରେନ୍ଦ୍ର କୁମାର ହରିଜନ ଶିକ୍ଷକତା କରୁଥିବା ବେଳେ , ମାତା ଝାନ୍ସି ରାଣୀ ଠାକୁର ଜଣେ ଗୃହିଣୀ । ଏଞ୍ଜେଲ ଏପର୍ୟ୍ୟନ୍ତ ସ୍କୁଲ ଯାଇ ନାହାଁନ୍ତି କି ଘରେ ମଧ୍ୟ ତାଙ୍କର ପାଠପଢା ଆରମ୍ଭ ହୋଇନାହିଁ । । ସେ ଏକା ଥରକେ ୧୧ ଟି ଇଂରାଜୀ ଗୀତ, ଆଲ୍ଫା ବେଟରେ ଇ ରୁ ତ ପର୍ୟ୍ୟନ୍ତ ପଢୁଛନ୍ତି ଓ ପ୍ରତି ଅକ୍ଷରର ଅର୍ଥ ବୁଝାଇ ପାରୁଛନ୍ତି।
ଏହାବ୍ୟତୀ. ମହା ମୃତ୍ୟୁଞ୍ଜୟ ମନ୍ତ୍ର,ଗଣେଷ ବନ୍ଦନା, ସାଇ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିସା, ଏବଂ ଜାତୀୟ ସଙ୍ଗୀତ, ଦଶ ପ୍ରକାର ଆକୃତି ଓ ରଙ୍ଗ ଚିହ୍ନିବାର କ୍ଷମତା ରଖିଛନ୍ତି । ଏଞ୍ଜେଲ ଙ୍କ ପିତା ଅଗଷ୍ଟରେ ଅନ ଲାଇନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପ୍ରତିଯୋଗିତାରେ ଆବେଦନ କରିଥିଲେ। ଏଞ୍ଜେଲ୍ସଙ୍କ ନାମ ପଞ୍ଜିକରଣ ହେବା ପରେ ତାଙ୍କ ପିତା ସମସ୍ତ ଭିଡିଓ ଓ ତଥ୍ୟ ଅନ୍ ଲାଇନ ରେ ଅପଲୋଡ କରିଥିଲେ। ଏହା ପରେ ଭଚ୍ୟୁଆଲ ମିଡିଆରେ ପରୀକ୍ଷା ନିଆଯାଇଥିଲା । ଚଳିତ ମାସ ୧୧ରେ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା ଓ ଏଥିରେ ଏଞ୍ଜେଲ କୃତକାର୍ଯ୍ୟକାର୍ଯ୍ୟହୋଇଥବବା ଜଣାପଡିଥିଲା । ଗତକାଲି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ଏଞ୍ଜେଲଙ୍କ ନିକଟକୁ ମେଡାଲ, ଷ୍ଟିକର, ବେଜ, ମାନପତ୍ର ଇତ୍ୟାଦି ପହଞ୍ଚିଥିଲା।

 

Related posts

ଯୁବତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

mahabharatanews

ବଡ଼ଦିନ : ପୁରୀରେ ପର୍ଯ୍ୟଟକଙ୍କ ଭିଡ଼

mahabharatanews

୨ରେ ବାତ୍ୟା ; ୭ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ 

mahabharatanews

Leave a Comment