ଖେଳ

ବଦଳିବ ଦିନିକିଆ ବିଶ୍ୱକପର ଫର୍ମାଟ

ଦୁବାଇ: ଖୁବ ଶୀଘ୍ର ବଢିବ ଦିନିକିଆ ବିଶ୍ୱକପର ରୋମାଞ୍ଚ । କ୍ରିକେଟ ବିଶ୍ୱକପକୁ ଆହୁରି ରୋମାଞ୍ଚ କରିବା ପାଇଁ କରୁଛି ଯୋଜନା, ନେଇଛି ଏକ ବଡ ନିଷ୍ପତ୍ତି । ଆସନ୍ତା ୨୦୨୭ ବିଶ୍ୱକପରେ ଟ୍ରଫି ପାଇଁ ୧୦ ବଦଳରେ ଲଢିବେ ୧୪ ଦଳ । ରାଙ୍କିଙ୍ଗ ହିସାବରେ ସ୍ତାନ ପାଇବେ ଶୀର୍ଷ ୧୦ ଦଳ ଏବଂ କ୍ୱାଲିଫାଏ ଆଧାରରେ ଟୁର୍ଣ୍ଣାମେଣ୍ଟରେ ଅନ୍ୟ ୪ ଦଳ ପ୍ରବେଶ କରିବେ । ତେବେ ୨୦୨୩ ବିଶ୍ୱକପରେ ୧୦ଟି ଦଳ ହିଁ ଖେଳିବେ । ଛୋଟ ଛୋଟ ଦେଶଗୁଡିକୁ ବଡ ଇଭେଣ୍ଟରେ ଯୋଡିବା ପାଇଁ ଆଇସିସି ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।
୨୦୨୭ରେ ହେବାକୁ ଥିବା ଏହି ବଡ ପରିବର୍ତ୍ତନକୁ ମଞ୍ଜୁର କରିଛି ଆଇସିସି । ୨୦୨୩ ବିଶ୍ଵ କପ୍ ପାଇଁ ଆଇସିସି ୧୩ଟି ଦଳ ମଧ୍ୟରେ ସୁପର ଲିଗ୍ ଆରମ୍ଭ କରିଥିଲା। ଏଥିରେ ୧୨ ପୂର୍ଣ୍ଣ ସଦସ୍ୟଙ୍କ ବ୍ୟତୀତ ନେଦରଲାଣ୍ଡଙ୍କୁ ସୁଯୋଗ ଦିଆଯାଇଛି। ପ୍ରତିଟି ଦଳ ୮ ସିରିଜ୍ ଖେଳିବେ। ୪ଟି ସିରିଜ୍ ଘରୋଇ ଗ୍ରାଉଣ୍ଡ ଏବଂ ୪ ବିଦେଶରେ ଖେଳିବେ। ମାତ୍ର ଏହି ନିୟମ ଶେଷ କରାଯାଇ ୨୦୨୭ରେ ଦଳ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Related posts

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

mahabharatanews

ଆଇପିଏଲରେ ଇତିହାସ ରଚିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର

mahabharatanews

ମିନି-ଅକ୍ସନରେ ବାଦ ପଡ଼ିଛନ୍ତି ଅନେକ ଆଗଧାଡ଼ିର ଖେଳାଳି

mahabharatanews