ଅପରାଧ

ପଠାଣକୋଟ ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ପଞ୍ଜାବରେ ଗ୍ରେନେଡ ଆକ୍ରମଣ । ପୁଣି ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ କଲେ ଆତଙ୍କବାଦୀ । ପଞ୍ଜାବ ପଠାଣକୋଟସ୍ଥିତ ଆର୍ମି କ୍ୟାମ୍ପ ଉପରେ ଏହି ଗ୍ରେନେଡ ଆକ୍ରମଣ ଆଜି ହୋଇଛି । ତେବେ କିପରି ଏହି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ସନ୍ଦେହ କରାଯାଉଛି କି, ବେଲୁନ ବା ଡ୍ରୋନ ମାଧ୍ୟମରେ ଏହି ଆକ୍ରମଣ କରାଯାଇଛି । ସୀମା ପରରୁ ଏହି ଆକ୍ରମଣ ସନ୍ଦେହ କରାଯାଉଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳକୁ ଆଲର୍ଟ କରାଯ।।ଇଛି । ଏଥିସହ ସେଠାରେ ଥିବା ସିସିଟିଭି ଫୁଟେଜର ଯାଞ୍ଚ ଚାଲିଛି । ଏହି ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ ।

Related posts

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ କୋଟିପତି କିରାଣୀ

mahabharatanews

ଚାଷୀଙ୍କୁ ପାୱାର ଟିଲର ଯୋଗାଇ ଦେବା ନାଁରେ ଠକେଇ, ଦୋକାନ ମାଲିକ ଫେରାର

mahabharatanews

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews