ଅପରାଧ

ବନ୍ଧୁକ ମୁନରେ ୬ ଲକ୍ଷ ଟଙ୍କା ଲୁଟିନେଲେ

(ମହାଭାରତ, ରାଇରଙ୍ଗପୁର): ରାଇରଙ୍ଗପୁର ଟାଉନରେ ପୁଣି ଲୁଟ୍ ହୋଇଛି । ବନ୍ଧୁକ ଦେଖାଇ ଜଣେ ହୋଲସେଲ ବ୍ୟବସାୟୀ ଠାରୁ କିଛି ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ରାଇରଙ୍ଗପୁର ଟାଉନର ଏକ ହୋଲସେଲ ଦୋକାନୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ଦୋକାନ ସଟର ବନ୍ଦ କରି ଟଙ୍କା ବ୍ୟାଗ ଧରିଥିବା ବେଳେ ୩ ଦୁର୍ବୃତ୍ତ ଝାମ୍ପି ନେଇଥିଲେ । ଏହି ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ । ଦୁର୍ବୃତ୍ତମାନେ ହେଲମେଟ ପିନ୍ଧିଥିବାରୁ ସେମାନଙ୍କ ପରିଚୟ ମିଳିପାରିନାହିଁ । ଲୁଟ୍ ପରେ ଦୋକାନୀ ଜଣକ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏବେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।

Related posts

ନାବାଳିକା ଦୁଷ୍କର୍ମକାରୀକୁ ଗିରଫ କଲା ପୋଲିସ

mahabharatanews

୩୫ ଲକ୍ଷ ଟଙ୍କା ଲାଞ୍ଚ ନେଇ  ଫସିଲେ ମହିଳା ପୁଲିସ ଅଧିକାରୀ

mahabharatanews

ଛେଚା ଖାଇଲା ବାଇକ୍ ଚୋର

mahabharatanews