ଓଡିଶା

ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି

ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଏଣ୍ଟର ‘ଓମିକ୍ରନ୍’କୁ ନେଇ ଚିନ୍ତା ପ୍ରକଟ କଲା ଡବ୍ଲୁଏଚଓ । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରି ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ମେଣ୍ଟ୍ ଓ ଟିକାକରଣକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି । ଜେନୋମ୍ ସିକ୍ୟୁଏନ୍ସିଂ ପାଇଁ ନିୟମିତ ଭାବେ ଆରଟିପିସିଆର ନମୁନା ସଂଗ୍ରହ କରିବାକୁ କୁହାଯାଇଛି । ସ୍କୁଲ, କଲେଜ, ହଷ୍ଟେଲ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। କୋଭିଡ଼ ନିୟମ ନମାନିଲେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ତାଗିଦ ହୋଇଛି ।
ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟ ଓମିକ୍ରନ୍’ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି। ଏହି ନୂଆ ଭାରିଏଣ୍ଟ୍ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ବିଶେଷଜ୍ଞଙ୍କ ବୟାନ ଚିନ୍ତା ବଢ଼ିଛି। ଏହା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି।

Related posts

କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଦଟିତ

mahabharatanews

ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

mahabharatanews