ଓଡିଶା

ପାଠକ ବାପା, ପୁଅଙ୍କ ସହ ପ୍ରଦୀପଙ୍କୁ କଷ୍ଟଡିକୁ ନେଇ ଜେରା କରିବ ଇଡି

ଭୁବନେଶ୍ୱର/ସରୋଜ ରାଉତ: ଆଇଏଫଏସ ଅଭୟ ପାଠକ, ତାଙ୍କ ପୁଅ ଆକାଶ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କବଜା ଆହୁରି ଟାଣ ହୋଇଛି । ପାଠକ ବାପା ପୁଅ ଓ ପ୍ରଦୀପଙ୍କ ମଧ୍ୟରେ ହୋଇଥିବା ଆର୍ଥିକ କାରବାର ପ୍ରସଙ୍ଗରେ ଇଡି ୩ ଟି ମମାଲ ରୁଜୁ କରି ତଦନ୍ତ ଜାରି ରଖିଛି । ବ୍ୟାଙ୍କରୁ ଏମାନଙ୍କ ଟ୍ରାଞ୍ଜାକ୍ସନ ସମ୍ବନ୍ଧିତ ସମସ୍ତ ତଥ୍ୟ ଇଡି ମାଗିଛି । ଏହା ବ୍ୟତୀତ ଏମାନଙ୍କୁ ନିଜ କଷ୍ଟଡିକୁ ନେଇ ଜେରା କରିବାକୁ ଇଡି କୋର୍ଟରେ ଆବେଦନ କରିବ । କୋର୍ଟରୁ ଅନୁମତି ପରେ ସେମାନକୁ ଜେଲରେ ଜେରା କରାଯିବ ଅଥବା ଇଡି ଅଫିସକୁ ଆଣି ଜେରା କରାଯିବ । ଏହି ୩ ଜଣଙ୍କ ସହ ଯେଉଁ ମାନଙ୍କର ଲିଙ୍କ ରହିଛି ସେମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ । ବେଆଇନ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କୁ ଲେଖାଯିବ ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

SR

Related posts

  ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ଆଶଙ୍କା 

mahabharatanews

ଝିଅ ପାଇଁ ଟଣା ଓଟରା ଦୁଇ ମାଆ

mahabharatanews

କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ସହାୟତା

mahabharatanews