ଭାରତ

ଆମ୍ବୁଲାନ୍ସକୁ ପିଟିଲା ଟ୍ରେନ

ବିଶାଖାପାଟଣା: ଆମ୍ବୁଲାନ୍ସକୁ ପିଟିଲା ଇଣ୍ଟରସିଟି ଏକ୍ସପ୍ରେସ୍। ଘୋଷାରି ନେଲା ପ୍ରୟ ୫୦୦ ମିଟର । ଗତ ରାତିରେ ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା।
ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଆସୁଥିବା ଫାଲକନାମା ଟ୍ରେନ୍ରେ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଏନେଇ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ଫାଟକ ନିକଟରେ ଅଟକିଥିଲା । ଏହି ସମୟରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ତେବେ ଟ୍ରେନ୍ ଆସୁଥିବା ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡି ଦୌଡ଼ି ପଳାଇ ନିଜର ଜୀବନ ବଞ୍ଚାଇଥିଲେ। ଦୁର୍ଘଟଣା କିପରି ଘଟିଲା, ସେନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

 

Related posts

ଅନଶନ ଭାଙ୍ଗିଲେ ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀ

mahabharatanews

ଆସନ୍ତାକାଲି ଲଞ୍ଚ ହେବ  ଚନ୍ଦ୍ରଯାନ-୩

mahabharatanews

ଯାତ୍ରୀବାହୀ ବସକୁ ଅଟକାଇଲା ଜଙ୍ଗଲୀ ହାତୀ

mahabharatanews