ଅପରାଧ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଚଢାଉ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସର ଜଣେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି  ଠୁଳ ଅଭିଯୋଗରେ ଚଢାଉ । ବ୍ରହ୍ମପୁର ପୁଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ଲୋଚାପଡାରେ ଥିବା ଘରେ ହେଉଛି ଚଢାଉ । ଏଥିସହ ନିମଖଣ୍ଡି ଘର ଓ ଭଞ୍ଜନଗର ପୈତୃକ ଘର ଉପରେ ଚାଲିଛି ଚଢାଉ । ଚଢାଉର ପ୍ରାରମ୍ଭିକ ଅବସ୍ଥାରେ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଆହୁରି ଖୋଳତାଡ ଜାରି । ପ୍ରଧାନଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇଥିଲା ।

Related posts

କୁମ୍ଭୀର ଶିକାର ଅଭିଯୋଗରେ ଜଣେ ଗିରଫ

mahabharatanews

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews

ଏସ୍ପି ଅଫିସ ସମ୍ମୁଖରେ ନିଆଁ ଲଗାଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ

mahabharatanews