ଓଡିଶା

୪ ତାରିଖରେ ଆନ୍ଧ୍ର ଓଡିଶା ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର: ସ୍ପଷ୍ଟ ହୋଇଛି ବାତ୍ୟା । ପାଣିପାଗ ବିଭାଗ ସ୍ପଷ୍ଟ କରିଛି ବାତ୍ୟାକୁ ନେଇ । ଦକ୍ଷିଣ ଥାଇଲାଣ୍ଡ ଓ ଏହାର ଆଖପାଖ ଅଂଚଳରେ କେନ୍ଦ୍ରିଭୂତ ହୋଇଛି ଲଘୁଚାପ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ଏହାପରେ ୨ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତ ରୂପ ନେବ । ଏହା ପରେ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବା ସାମୁଦ୍ରିକ ଝଡରେ ପରିଣତ ହେବ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଂଚିବ। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

mahabharatanews

କରୋନା ସଚେତନତା କାର୍ଯ୍ୟକ୍ରମ ଓ ମାକ୍ସ ବଣ୍ଟନ

mahabharatanews

ବଡ଼ଦିନ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

mahabharatanews