ଅପରାଧ

ଇଂଷ୍ଟାକାର୍ଟ ଶାଖା ଚୋରି ଘଟଣାର ପର୍ଦ୍ଦାଫାସ

ମନୋଜ କୁମାର ସାହୁ/ ରାୟଗଡ: ରାୟଗଡ ପୋଲିସର ବଡ଼ ସଫଳତା । ଇଂଷ୍ଟାକାର୍ଟ ଶାଖାରୁ ଚୋରି ଘଟଣାରେ ପୁଲିସ କଲା ପର୍ଦ୍ଦାଫାସ । ଘଟଣାରେ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ପୁଲିସ ସାତ ଲକ୍ଷ ଟଙ୍କା ସହ ଦୁଇଟି ବାଇକ ଜବତ କରିଛି।
ଗତ ୧୨ ତାରିଖ ରାତିରେ ରାୟଗଡା ସହରର ଏଫସିଆଇ ଛକ ନିକଟରେ ଥିବା ଇଂଷ୍ଟାକାର୍ଟ ଅନଲାଇନ ସାମଗ୍ରୀ ପ୍ରଦାନ ଶାଖାରୁ କେହି ଦୁର୍ବୃତ୍ତ ଶାଖା ଅଫିସ ଗୋଦାମରୁ ସଟର ଭାଙ୍ଗି ୧୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲା । ଏନେଇ ରାୟଗଡ ଥାନାରେ ଇଂଷ୍ଟାକାର୍ଟ ଶାଖାର ସିନିୟର ଅପରେସନ ଏଯ୍ୟୁକଟିଭ ପିକାଲା ଲକ୍ଷ୍ମୀ ନାରାୟଣ ଅଭିଯୋଗ କରିଥିଲେ।
ରାୟଗଡ ଥାନା ପୁଲିସ ଘଟଣାର ତଦନ୍ତ କରି ରାୟଗଡ ସଦର ରୋଇତ କୋଲନିରୁ ଅଭିସିରାଓ ମାଣ୍ଡାଙ୍ଗିକୁ ଗିରଫ କରିଛି । ମାଣ୍ଡାଙ୍ଗିଙ୍କ ନିକଟରୁ ପୁଲିସ ୭ଲକ୍ଷ ୭ହଜାର ୫ଶହ ଟଙ୍କା , ଚୋରି କାର୍ୟ୍ୟରେ ବ୍ୟବହୃତ କିଛି ଲୁହା ଛଡ଼ ଓ ଚୋରିରେ ବ୍ୟବହୃତ ଉପକରଣ, ଚୋରି ଟଙ୍କାରେ କିଣିଥିବା ଏକ ବୁଲେଟ ମଟର ସାଇକଲ ସହ ବ୍ୟବହାର କରିଥିବା ହୋଣ୍ଡା ସାଇନ ମଟର ସାଇକଲ ଓଡି ୧୮ ଜେ ୬୯୫୯ ଜବତ କରିଥିବା ବେଳେ ଗିରଫ ଯୁବକ ସେସଖାଲ ଥାନା ଅନ୍ତର୍ଗତ ନନ୍ଦାବାଡି ଗ୍ରାମର ବୋଲି ରାୟଗଡ ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related posts

କୁମ୍ଭୀର ଶିକାର ଅଭିଯୋଗରେ ଜଣେ ଗିରଫ

mahabharatanews

ଭୁବନେଶ୍ୱର ଗୁଳିମାଡରେ ନୂଆ ମୋଡ; ଏକ ତରଫା ପ୍ରେମରୁ ହୋଇଥିଲା ଫାୟାରିଂ

mahabharatanews

ମହାବଳା କ୍ୱାରେଣ୍ଟାଇନ ସେଣ୍ଟରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

mahabharatanews