ଅପରାଧ

କ୍ରାଇମ ବ୍ରାଞ୍ଚ ଏଡିଜି କହିଲେ ସନ୍ଦିଗ୍ଧଙ୍କର ହେବ ଲାଇ ଡିଟେକ୍ସନ

ଭୁବନେଶ୍ୱର: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ପହଞ୍ଚିଛନ୍ତି ପୁରୀରେ । ସେ ପୁରୀ ଏସପି ଅଫିସରେ ପହଞ୍ଚି ଏସପିଙ୍କ ସହ ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ପଣ୍ଡା ଏହା ପରେ ଗଣମାଧ୍ୟମକୁ କହିଛନ୍ତି, ଆବଶ୍ୟକ ହେଲେ ସନ୍ଦିଗ୍ଧଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ । ତେବେ ତଦନ୍ତ ଚାଲିଥିବାରୁ ଏନେଇ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି ।
ଏଯାବତ୍ ପୁଲିସ ତଦନ୍ତ ପରିସରଭୂକ୍ତ କରିଥିବା ୫ ଜଣଙ୍କ ବୟାନରେ ତାଳମେଳ ରହୁନାହିଁ । ଘଟଣା ସମ୍ପର୍କରେ ଦିଆଯାଉଥିବା ବୟାନ ସନ୍ତୋଷଜନକ ନୁହେଁ । ତେଣୁ ପୁଲିସ ତଦନ୍ତ ପରେ ସେମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଏଡିଜି କହିଛନ୍ତି । ଏଥିସହ ଶବ ବ୍ୟବଚ୍ଛେଦ ରିପୋର୍ଟ, ରାସ୍ତାରେ ପଡିଥିବା ରକ୍ତ ନମୁନା ଓ ସାଇଣ୍ଟିଫିକ ଟିମ ରିପୋର୍ଟ ମିଳିବା ପରେ ଘଟଣାର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଥିବା ପଣ୍ଡା କହିଛନ୍ତି ।

Related posts

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ

mahabharatanews

ହାତୀ ଛୁଆ ହତ୍ୟାର ପର୍ଦ୍ଦାଫାସ୍: ବନ ବିଭାଗ ହାତରେ ଶିକାରୀ

mahabharatanews

ରାଇରଙ୍ଗପୁର ଟାଉନ୫ନମ୍ବର ୱାଡ଼ ଧରମଗଳି ରୁ ବାଇକ ଚୋରି

mahabharatanews