ଓଡିଶା

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲାଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣକରିବା ସହ ପ୍ରକଳ୍ପଗୁଡ଼ିକର ବିଭିନ୍ନ ପର୍ଯ୍ୟାୟ କାମ ଏବଂ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ।
ଜିଲ୍ଲାରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧିନ ସଂପ୍ରସାରଣ ବ୍ଲକର ଅଗ୍ରଗତି କାର୍ଯ୍ୟ ପରିଦର୍ଶନ କରିଥିଲେ । କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରି ୨୦୨୨ ଅଗଷ୍ଟମାସ ଶେଷସୁଦ୍ଧା କାର୍ଯ୍ୟପୂର୍ଣ୍ଣାଙ୍ଗ ପୂର୍ବକ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରାୟ ୪୨୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଥିବା ଏହି ମେଡିକାଲ କଲେଜର କାର୍ଯ୍ୟ ୨୦୨୩ ମସିହା ଜୁନ୍ ମଧ୍ୟରେ ସାରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରାୟ ୧୪.୪୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମାଣ ହେଉଥିବା ଇନ୍ଡୋର ସ୍ପୋର୍ଟସ୍ କଂପ୍ଲେକ୍ସ, ଏବଂ ୬.୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ କରାଯାଉଥିବା ମା ବିରଜା ମନ୍ଦିର ଚର୍ତୁପାର୍ଶ୍ୱ ଉନ୍ନୟନ କାର୍ଯ୍ୟ ୨୦୨୨ ମାର୍ଚ୍ଚ ସୁଦ୍ଧା ସାରିବା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ ।
ଏହି ଗସ୍ତକାଳରେ ଶ୍ରୀ ମହାପାତ୍ର ବିରଜା ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ଅଗ୍ରଗତି ନିରୀକ୍ଷଣ କରିଥିଲେ । ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଆଦି ପରିଦର୍ଶନ କରି ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଏହିସବୁ ସୁବିଧାର ସର୍ବୋକୃଷ୍ଟ ବ୍ୟବହାର ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଦେଶର ଯେକୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମକକ୍ଷକରି ଗଢ଼ିବାପାଇଁ ଶ୍ରୀ ମହାପାତ୍ର ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

Related posts

ବନ୍ୟା ଯୋଗୁଁ ଗ୍ୟାରେଜରେ କଲେ ରାତ୍ରିଯାପନ କଲେ ୧୪ ଛାତ୍ରଛାତ୍ରୀ

mahabharatanews

ଟେଟ୍ରା ପ୍ୟାକରେ ମିଳିବ 180 ml ମଦ

mahabharatanews

ଆନନ୍ଦବଜାର ବିଶୃଙ୍ଖଳା: ଅଣସୁପକାରଙ୍କ ଉପରେ ରୋକ

mahabharatanews