ଓଡିଶା

ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ମହନାପଲ୍ଲୀ

ହିଂଜିଳି କାଟୁ/ ରଜନୀ କାନ୍ତ ପାତ୍ର: ବିଏସକେୱାଇ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଦେୟମୁକ୍ତ ସ୍ବାସ୍ଥ୍ୟ ସେବା ସୁଯୋଗ ଉପଲବ୍ଧ ନେଇ ଜନ ସଚେତନତା । ସ୍ଥାନୀୟ ହିଂଜିଳି ବ୍ଳକ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ବିଶେଷ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କ୍ରମରେ ପିଇଓ କାଳୁ ବେହେରାଙ୍କ ତତ୍ତ୍ୱାବଧାନରେ ଦାରୁଭଦ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନ ସଚେତନତା ବୈଠକ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବିଡ଼ିଓ ସୁବ୍ରତ କୁମାର ଜେନା ଓ ଆତ୍ମା ଅଧ୍ୟକ୍ଷ ଭାବେ ଏ ସୁଦର୍ଶନ ସାର, ଗ୍ରାମ ସେବକ ଭାବେ କାଳୁଚରଣ ବେହେରା, ଗ୍ରାମ ରୋଜଗାର ସେବକ ଭାବେ ଅମର ପ୍ରଧାନ, ବିଏଫଟି ବୃନ୍ଦାବନ ଗୌଡ଼, ଅଙ୍ଗନବାଡି ଓ ଆଶା କର୍ମୀମାନେ, ଗ୍ରାମର ମିଶନ ଶକ୍ତି ସଂଗଠନ ପ୍ରମୁଖ ଗଣ ଯୋଗ ଦେଇଥିଲେ ।

Related posts

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ପୁଣି ଶବକୁ ଅସମ୍ନାନ ମହାପ୍ରୟାଣ ଗାଡି ନ ଦେବାରୁ କାନ୍ଧରେ ବୋହିଲେ ପରିବାରବର୍ଗ

mahabharatanews

ଜୟା ଓ ଐଶ୍ୱର୍ଯ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

mahabharatanews