ଓଡିଶା

ଶ୍ରୀଜଗନ୍ନାଥ ଜମି ବିକ୍ରି ନିୟମକୁ ବିରୋଧ

ଗୋପ/ ଜୟନ୍ତ ସେଠୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିୟମରେ ସଂଶୋଧନକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା । ନିୟମ ସଂଶୋଧନ ଆଳରେ ଜମି ମାଫିଆ, ଖଣି ମାଫିଆଙ୍କୁ ମହାପ୍ରଭୁଙ୍କ ଜମି ଏଣିକି ଶାଗ ମାଛ ଦରରେ ବିକ୍ରି କରିବା ପାଇଁ ବାଟ ଖୋଲିଯାଇ ଥିବା ସେନା ଅଭିଯୋଗ କରିଛି। ପୁରୀ ଲୋକଙ୍କ ଜମି ଜମା ମାମଲାର ସମାଧାନ ଆଳରେ ଏହି ନିୟମ କରାଯାଇଛି ଯାହା ଦ୍ୱାରା ପୁରୀବାସୀ କ୍ଷତିଗ୍ରସ୍ତ ହେବେ । ଯଦି ସରକାର ପୁରୀ ର ୮୦ ହଜାର ପରିବାର ଲୋକଙ୍କ ଜମିଜମା ସମସ୍ୟା ସମାଧାନ ପାଇଁ ଚାହୁଁଛନ୍ତି ତେବେ ୨୦୦୩ ମସିହାରେ ହୋଇ ଥିବା ଜମି ଦର ମୂଲ୍ୟ ତଥା ୟୁନିଫର୍ମ ପଲିସି ଲାଗୁ କଲେ ପୁରୀ ଲୋକ ପ୍ରକୃତରେ ଉପକୃତ ହୋଇ ପାରିବେ। ୧୯୫୪ ମସିହାରେ ଶ୍ରୀମନ୍ଦିର ଆଇନର ୧୬(୨) ଧାରା କୁ ସରକାର ସଂଶୋଧନ କରି ପୁରୀ ଲୋକ ଙ୍କୁ ସାହାଯ୍ୟ ପରିବର୍ତ୍ତେ ବଡ଼ ବଡ଼ିଆଙ୍କୁ ମହାପ୍ରଭୁଙ୍କ ଜମି ଲୁଟ କରିବାକୁ ସୁଯୋଗ ଦିଆଯାଉଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି। ଏହି ନିଷ୍ପତ୍ତିରୁ ସରକାର ନ ଓହରିଲେ ଆନ୍ଦୋଳନକୁ ଓଲ୍ହାଇବା ସହ ଆଇନଗତ ଲଢେ଼ଇ କରିବ ବୋଲି ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା ।

Related posts

ଶୀତ ଅଧିବେଶନ ଡିସେମ୍ବର ୩୧ରେ ବସିବା ସମ୍ଭାବନା

mahabharatanews

ପୂର୍ଵତନ ବିଧାୟକଙ୍କ ପରଲୋକ

mahabharatanews

ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା

mahabharatanews