ଅପରାଧ

ଗୁଣିଗାରୁଡି ସନ୍ଦେହରେ ମହିଳାଙ୍କୁ ଜାଳିଦେଲେ ଗ୍ରାମବାସୀ

ରାଞ୍ଚି: ଝାରଖଣ୍ଡର ସିମଡେଗା ଜିଲ୍ଲାରେ ଜଣେ ୬୦ ବର୍ଷୀୟା ମହିଳାଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ଦେହରେ ନିଆଁ ଲଗାଇ ପୋଡିବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିବା ପୁଲିସ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ମହିଳା ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଝାର୍ୟା ଦେବୀ ନାମକ ଏହି ମହିଳା ଥେଥାଇଟାଙ୍ଗର ଥାନା ଅଧିନ କୁ୍ପାନି ଦିପାଟୋଲି ଗାଁକୁ ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ଯାଇଥିବା ବେଳେ କିଛି ଗ୍ରାମବାସୀ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଶରୀରରେ କିରୋସିନ ଢାଳି ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ । ସେମାନଙ୍କ ସନ୍ଦେହ ଥିଲେ ମହିଳା ଯାଦୁବିଦ୍ୟା କରି ସେମାନଙ୍କ ଅନିଷ୍ଟ କରିଛନ୍ତି ।
ତେବେ ପୁଲିସକୁ କେହି ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି କରିବା ସହ ୫୦ ଜଣଙ୍କୁ ଗିରଫ କରିଛି । ଏହି ମାମଲାର ତଦନ୍ତ ଚଳାଇଛି ପୁଲିସ ।
ସୂଚନା ଯୋଗ୍ୟ, ଗତ ସପ୍ତାହରେ କୋଲେବିରା ଥାନା ଅଧୀନ ବେସ୍ରାଜରା ଗାଁର ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଗୋଷ୍ଠୀ ଲୋକ ପଥର ମାଡ କରିବା ସହ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗାଁ ମୁଖିଆ ସୁବୁନ ବୁଦ ଙ୍କୁ ପୁଲିସ ରବିବାର ଗିରଫ କରିଥିଲା ।

Related posts

ଘରୋଇ କଳହ ସ୍ୱାମୀକୁ ସଜେଇଲା ପିଶାଚ

mahabharatanews

ମାଆ ଝିଅଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ଲୋନ୍ ଆଳରେ ୧ଲକ୍ଷ ଚଳୁ କଲା ସାଇବର ଠକ

mahabharatanews