ବିଶ୍ୱ

ବ୍ରିଟେନର ପରବର୍ତ୍ତୀ ପ୍ରଧନମନ୍ତ୍ରୀ ହେବେ ଇନଫୋସିସର ପ୍ରତିଷ୍ଠାତାଙ୍କ ଜ୍ୱାଇଁ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ରିଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ଆକଳନ କରାଯାଉଛି । ୨୦୨୦ ମସିହା ମେ ମାସରେ କରୋନା ପାଇଁ ବ୍ରିଟେନ ଲକଡାଉନ ଚାଲିଥିବା ବେଳେ ଜନଶନ ନିଜେ ଏହାର ଉଲ୍ଲଙ୍ଘନ କରି ଦଳ କରିଥିଲେ।
ଏହା ଜଣାପଡିବା ପରେ ବିରୋଧୀ ଜନସନଙ୍କୁ ଘେରିଥିଲେ ଓ ଜନସନଙ୍କ ପାର୍ଟିର ସଦସ୍ୟ ମଧ୍ୟ ତାଙ୍କ ଉପରେ ଚ।।ପ ପକାଇଥିଲେ । ପରେ ଏହାକୁ ନେଇ ଜନସନ କ୍ଷମା ପ୍ରାର୍ଥନା କରିଥିଲେ । ତଥାପି ଥମିନଥିଲା ଜନସନଙ୍କ ଇସ୍ତଫା ଦାବି । ତେଣୁ ଜନସନ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ତଥା ଅର୍ଥମନ୍ତ୍ରୀ ରିଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଚର୍ଚ୍ଚା ହେଉଛି । ରିଷି ପଞ୍ଜାବର ହୋଇଥିବା ବେଳେ ତାଙ୍କ ଶ୍ୱଶୁର ଇନଫୋସିସର ପ୍ରତିଷ୍ଠାତା ଏନ ନାରାୟଣମୂର୍ତ୍ତି ।

Related posts

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଘନିଭୂତ ହେଉଛି ପରମାଣୁ ଆକ୍ରମଣ ଭୟ

mahabharatanews

ଭାରତୀୟ ଦୂତାବାସ ଉପରେ ହୋଇଥିବା ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣର ଯାଞ୍ଚ କରିବ NIA

mahabharatanews

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews