ଓଡିଶା

ଢ଼ିଙ୍କିଆରେ ପୋଲିସର ଆଚରଣକୁ ଏସୟୁସିଆଇ ପକ୍ଷରୁ ତୀବ୍ର ନିନ୍ଦା

କଟକ/ ଜଗନ୍ନାଥ ମହାନ୍ତି: ଜଗତସିଂହପୁର ଜିଲା ଢିଙ୍କିଆରେ ପୁଲିସର ବର୍ବରତାକୁ ନେଇ ଏବେ ରାଜ୍ୟରେ ଖେଳାଇଛି ଆଲୋଡନ। ଗତକାଲି ଘଟିଥିବା ଘଟଣା ସମସ୍ତଙ୍କ ମନରେ ଉଠାଇଛି ବଡ଼ ପ୍ରଶ୍ନ । ତେବେ ପୋଲିସର ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛି ଏସୟୁସିଆଇ କମ୍ୟୁନିଷ୍ଟ। ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ଦଳ । ଏହାସହ ଉକ୍ତ ଅଞ୍ଚଳ ରେ ଶାନ୍ତି ଫେରାଇ ଆଣିବା ଓ ପୋଲିସକୁ ଢ଼ିଙ୍କିଆ ଅଞ୍ଚଳରୁ ଫେରାଇ ଆଣିବା ପାଇଁ ଦାବି କରିଛି କମ୍ୟୁନିଷ୍ଟ। ତେବେ ଏହି ଅଞ୍ଚଳର ବାସିନ୍ଦା ନିଜର ଭିଟା ମାଟି ପାଇଁ ଲଢେଇ କରୁଛନ୍ତି । ଗଣତାନ୍ତ୍ରିତିକ ନିୟମ ଅନୁସାରେ ସମସ୍ତଙ୍କୁ ଅଧିକାର ସାବ୍ୟସ୍ତ କରିବା ପାଇଁ ଅଧିକାର ରହିଛି । ହେଲେ ଏପରି ସ୍ଥଳରେ ପୋଲିସ ଏପରି କାର୍ଯ୍ୟସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛି ଦଳ ।

 

Related posts

ଖୁବଶିଘ୍ର ମହାନଦୀ ଜଳବିବାଦର ହେବ ସମାଧାନ

mahabharatanews

ଚଳିତ ମାସ ୧୩ ରୁ ଟିକ୍ ଟକ୍ ମନୋରଞ୍ଜନ କାର୍ୟ୍ୟକ୍ରମ ଆରମ୍ଭ

mahabharatanews

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews