ଓଡିଶା

ତୁରେଇକେଲାରେ ମାଓ ପୋଷ୍ଟର

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଏପରି ସମୟରେ ଲାଲଗଡ଼ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ପୋଷ୍ଟର ମାରି ମାଓବାଦୀମାନେ ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ପ୍ରବର୍ତ୍ତାଇଛନ୍ତି । ପୋଷ୍ଟର ମରା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ସମର ସିଂ ନିକଟରେ ପୋଷ୍ଟର ଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବିରୋଧ କରିଛି ମାଓବାଦୀ ସଂଗଠନ। ଏହି ପୋଷ୍ଟରେ ଫେବୃଆରୀ ମାସରେ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବା ପାଇଁ କୁହାଯାଇଛି। ଦୁର୍ନୀତି ଗ୍ରସ୍ତ ସରକାର ଓ ଦୁର୍ନୀତି ଗ୍ରସ୍ତ ନିର୍ବାଚନକୁ ବର୍ଜନ କରନ୍ତୁ । ଗାଁ ଗାଁରେ ଜନତା ସରକାର କରନ୍ତୁ ଓ ନେତା ମାନଙ୍କ ଦୁର୍ଗୀତିର ପର୍ଦ୍ଦାଫାସ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଗାଁର ଉନ୍ନତି ପାଇଁ ନିଜେ ପ୍ରୟାସ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ହୋଇଛି।

Related posts

ଧର୍ମେନ୍ଦ୍ର ଆତ୍ମହତ୍ୟା ଘଟଣା ରେ ବିଜେଡିକୁ ଘେରିଲା ବିଜେପି

mahabharatanews

ରାଉରକେଲାରୁ କୋଲକାତାକୁ ଉଡ଼ିଲା ବିମାନ 

mahabharatanews

ସାଇଁପଡା ଉର୍ଦ୍ଦୁ ସ୍କୁଲରୁ ଲୁଟ୍

mahabharatanews