ଓଡିଶା

ବୁଲିବାକୁ ଆସି ଫସିଲେ ଯୁବକ

(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ): ଲକ୍ ଡାଉନ କୋହଳ ହେବା ପରେ ସମୁଦ୍ର କୂଳରେ ମଜା କରିବାକୁ ଆସି ଫସିଲେ ଯୁବକ। ଗାଡି ଫସିଗଲା ସମୁଦ୍ରରେ, ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ କର୍ମଚାରୀ ପହଞ୍ଚି ଉଦ୍ଧାର କଲେ ଗାଡିକୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବନ୍ଦର ନଗରୀ ପାରାଦ୍ବୀପ ର ସମୁଦ୍ର ବେଳାଭୂମି ରେ। ଦିର୍ଘ ଦିନ ର ଲକ୍ ଡାଉନ ଯୋଗୁଁ ଘରେ ବୋର୍ ହୋଇ ବସି ଥିବା ଲୋକ, ଲକ୍ ଡାଉନ ଟିକିଏ କୋହଳ ହେବାପରେ ପୁରା ଅସମ୍ଭାଳ। କାର ଧରି ସମୁଦ୍ର କୂଳରେ ମଜା କରିବାକୁ ଆସି ଥିଲେ ଦୁଇଜଣ ଯୁବକ। ଏତେ ଏକ୍ସାଇଟେଡ ହୋଇଗଲେ ଯେ ସମୁଦ୍ର ଲହଡି ରେ କାର ଚଳାଇ ମଜା ମସ୍ତି ଆରମ୍ଭ କରିଦେଲେ। କିନ୍ତୁ ଏହି ମସ୍ତିବେଶି ସମୟ ଗଲାନାହିଁ। କାର ଚକା ଫସିଗଲା ବାଲିରେ। ଲହଡି ଯୋଗୁଁ ଚକା ପୋତି ହୋଇ ହୋଇ ଚାଲିଲା। ସମସ୍ତ ଚେଷ୍ଟା ବିଫଳ ହେବା ପରେ ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଗାଡିକୁ ଉଦ୍ଧାର କରିଥିଲେ। ଏହି ଘଟଣା ପାରାଦ୍ବୀପ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Related posts

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ୟୁଜିସି ମାର୍ଗଦର୍ଶିକା ଉପରେ ପୁନର୍ବିଚାର କରିବାକୁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ସହିଦ ସପ୍ତାହ: ଜବତ ହେଲା ମାଓ ବ୍ୟାନର

mahabharatanews