ଭାରତ

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ଫରହାନ ଅଖତର

(ମୁମ୍ବାଇ) : ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଫରହାନ ଅଖତର ଓ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଗତକାଲି ଫରହାନ ଓ ଶିବାନୀଙ୍କ ମେହେନ୍ଦୀ ସେରେମୋନି ଥିଲା। ଆଜି ଉଭୟଙ୍କ ହଳଦୀ ଓ ସଙ୍ଗୀତ।

ସୂଚନାନୁଯାୟୀ , ଆସନ୍ତାକାଲି ତଥା ୧୯ ତରିଖରେ ମୁମ୍ବାଇ ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ସାତ ଫେରା ନେବେ ଫରହାନ। ତେବେ ଏହି ବିବାହରେ କେବଳ ଫରହାନଙ୍କ ପରିବାର ଲୋକେ ଏବଂ ତାଙ୍କ ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ। ସବୁଠାରୁ ମଜା କଥା ହେଉଛି ଫରହାନ ମୁସଲିମ୍‌ ହୋଇଥିବା ବେଳେ ଶିବାନୀ ହେଉଛନ୍ତି ମରାଠି। ତେଣୁ ଉଭୟଙ୍କ ବିବାହ ମହାରାଷ୍ଟ୍ରିଅନ୍‌ ରତିନୀତିରେ ହେବ ବୋଲି ସୂଚନା ମିଳିଛି।

Related posts

ରାଜନୀତି ଛାଡିଲେ ଗୌତମ ଗମ୍ଭୀର

mahabharatanews

ଦିଲ୍ଲୀରେ ଆଉ ଲାଗୁ ହେବ ନାହିଁ ଯୁଗ୍ମ-ଅଯୁଗ୍ମ ନିୟମ 

mahabharatanews

ଦେଶରେ ଦିନକରେ ୨,୫୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews