ଭାରତ

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସୋପିଆନରେ ଏନକାଉଣ୍ଟର ରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ବର୍ତ୍ତମାନ ସୁଦ୍ଧା ଏନକାଉଣ୍ଟରରେ ୨୫ ଆତଙ୍କବାଦୀ ପ୍ରାଣ ହରାଇଲେଣି । ପ୍ରାଣ ହରାଇଥିବା ୨୫ ଆତଙ୍କବାଦୀ ମଧ୍ୟରେ ୩ଜଣ ଟପ୍ କମାଣ୍ଡର, ୮ ଜଣ ପାକ୍ ଆତଙ୍କବାଦୀ, ୧୪ଜଣ କର୍ମୀ ଅଛନ୍ତି । ପ୍ରତି ଜବାବରେ ସୁରକ୍ଷାକର୍ମୀ ଗୁଳିମାଡ କରିବାରୁ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା । ଏହି ଏନକାଉଣ୍ଟରରେ ପୋଲିସ, ସେନା ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ଜୈନପୋରା ଅଞ୍ଚଳ ଅନ୍ତର୍ଗତ ଚେରମାର୍ଗ ଗ୍ରାମରେ ନିରାପତ୍ତାରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେମାନଙ୍କୁ କାବୁ କରିବା ଲାଗି ନିରାପତ୍ତା ରକ୍ଷୀ ଚାରିପଟୁ ଘେରିଦେବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି । ଚଳିତ ବର୍ଷର ଏହା ହେଉଛି ୧୫ତମ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି ।

Related posts

ବୃଦ୍ଧି ପାଉଛି ଦିଲ୍ଲୀ ପ୍ରଦୂଷଣ 

mahabharatanews

“କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ “: ବିକ୍ରମଦିତ୍ୟ

mahabharatanews

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

mahabharatanews