Uncategorized

ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ

ବିହାର: ଷ୍ଟେସନରେ ଠିଆ ହୋଇଥିବା ବେଳେ ଜଳିଗଲା ଟ୍ରେନ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ମଧୁବନି ଷ୍ଟେସନରେ । ସେନାନୀ ଏକ୍ସପ୍ରେସ ଟି ଷ୍ଟେସନରେ ଠିଆ ହୋଇଥିବା ବେଳେ ସେଥିରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର କୋପ ଏତେ ମାତ୍ରାରେ ଥିଲା ଯେ ଯିଏ ଦେଖୁଥିଲା ସେ ତାଜୁବ ହେଇଯାଉଥିଲା ।

ତେବେ ସେଠାରେ ଉପସ୍ଥିତ ଥିବା ଲୋକ ଓ କର୍ମଚାରୀମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଏହି ଖବର ପାଇବା ପରେ ଫାୟାର ବ୍ରିଗ୍ରେଡ ଗାଡି ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଟ୍ରେନରେ କୌଣସି ଯାତ୍ରୀ ନଥିବାରୁ ଜୀବନ ହାନୀ ନେଇ କୌଣସି ଖବର ଆସିନାହିଁ। ରେଳ ବିଭାଗର ତୁରନ୍ତ ପ୍ରଚେଷ୍ଠା ଫଳରେ ନିଆଁକୁ ଆୟତ କରାଯାଇପାରିଛି ।

ସୂଚନା ମୁତାବକ ଏହି ଟ୍ରେନଟି ରାତିରେ ଷ୍ଟେସନରେ ପହଞ୍ଚବା ପରେ ଅଟକି ରହିଥିଲା । କୌଣସି କାରଣରୁ ଗୋଟିଏ ବଗିରେ ନିଆଁ ଲାଗିବା ପରେ ଏହା କ୍ଷୀପ୍ର ଗତିରେ ଟ୍ରେନର ସମସ୍ତ ବଗିକୁ ବ୍ୟାପି ଯାଇଥିଲା । ଏହା ଫଳରେ ରେଳ ବିଭାଗର ଅନେକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଖୋଜୁଛି ରେଳ ବିଭାଗ । ଏନେଇ ରେଳ ବିଭାଗ ତରଫରୁ ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଭବିଷ୍ୟତରେ ଏଭଳି ଘଟଣା ଯେଭଳି ନଘଟିବ ସେନେଇ ଉଚିତ ପଦକ୍ଷେପ ଗ୍ରହଣ କରାଯାଉଛି ।

 

Related posts

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

mahabharatanews

କରୋନାରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଝିଆରୀ ପୀଡିତ

mahabharatanews

ଜୟାଙ୍କ ଜୟନ୍ତୀରେ ନବଜାତକଙ୍କୁ ସୁନା ମୁଦି ବଣ୍ଟନ

mahabharatanews