ଗୁଜୁରାଟ: କରୋନା କାଳରେ ଚାଷୀ ହେଉକି ବ୍ୟବସାୟୀ ପ୍ରତ୍ୟେକ ଲୋକ କିଛି ନା କିଛି ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଓ ତାହା ସହ କ୍ଷତି ମଧ୍ୟ ସହିଛନ୍ତି । ଏହି କ୍ଷତିକୁ ନଜର ରଖି ବହୁ ଜିନିଷର ଦରଦାମ ବୃଦ୍ଧି ପାଇଛି । ଏହାରି ଭିତରେ ପୂରା ଭାରତ ବର୍ଷରେ ଅମୁଲ ଲିଟର ପ୍ରତି ୨ ଟଙ୍କା ଦର ବୃଦ୍ଧି କରିଛି । ଏହାସହ ନୂଆ ଦର ଲାଗୁ ହେବା ପରେ ଅମୁଲ ଗୋଲ୍ଡର ଦର ୫୦୦ ମିଲିଲିଟରକୁ ୩୦ ଟଙ୍କା, ଅମୁଲ ତାଜା ୫୦୦ ମିଲିଲିଟରକୁ ୨୪ ଟଙ୍କା ଓ ଅମୁଲ ଶକ୍ତି ୫୦୦ ମିଲିଲିଟରକୁ ୨୭ ଟଙ୍କାରେ ବିକ୍ରି କରାଯିବ ।
ଗୁଜୁରାଟ କର୍ପୋରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରେଶନ ଏକ ବର୍ଷ ପୂରଣ ପାଇଁ ଏହି ଦର ବୃଦ୍ଧି କରିଛି । ଗତ ବର୍ଷ ଜୁଲାଇ ମାସରେ ମଧ୍ୟ କମ୍ପାନୀ କ୍ଷୀରର ଦର ବୃଦ୍ଧି କରିଥିଲା । ତେବେ ଏହି ଦର ବୃଦ୍ଧି ଅମୁଲର ପ୍ରତ୍ୟେକ ଦ୍ରବ୍ୟରେ ଲାଗିଛି ।
