ଓଡିଶା

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ 

(ଢ଼େଙ୍କାନାଳ) : ଢ଼େଙ୍କାନାଳ କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ  ପଡିଛି । ଫଳରେ ପୋଲ ତଳେ ପାଣିରେ ପଡି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସଦର ଥାନା ପୁଲିସ ପହଞ୍ଚି ମୃତଦେହ ଓ ବାଇକ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି।

ସୂଚନାନୁଯାୟୀ , ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ସାରିଆପଡ଼ାରୁ ୨ ଜଣ ଯୁବକ ବାଇକ ଯୋଗେ ଭୁବନରୁ ଫେରୁଥିବା ସମୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଇମାଟି ନିକଟରେ ପୋଲ ତଳେ ବାଇକ ସହ ୨ ଜଣଙ୍କୁ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ସଦର ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଗତ ରାତିରେ ବାଇକ୍ ଆରୋହୀଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।

Related posts

ଯଜ୍ଞପତି ଫାଉଣ୍ଡେସନର ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

mahabharatanews

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

mahabharatanews