ଓଡିଶା

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ 

(ଢ଼େଙ୍କାନାଳ) : ଢ଼େଙ୍କାନାଳ କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ  ପଡିଛି । ଫଳରେ ପୋଲ ତଳେ ପାଣିରେ ପଡି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସଦର ଥାନା ପୁଲିସ ପହଞ୍ଚି ମୃତଦେହ ଓ ବାଇକ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି।

ସୂଚନାନୁଯାୟୀ , ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ସାରିଆପଡ଼ାରୁ ୨ ଜଣ ଯୁବକ ବାଇକ ଯୋଗେ ଭୁବନରୁ ଫେରୁଥିବା ସମୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଇମାଟି ନିକଟରେ ପୋଲ ତଳେ ବାଇକ ସହ ୨ ଜଣଙ୍କୁ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ସଦର ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଗତ ରାତିରେ ବାଇକ୍ ଆରୋହୀଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।

Related posts

ହିନ୍ଦୋଳ ବଡଶାଳ ଠାରେ ମା ତାରିଣୀଙ୍କ ଝାମୁଯାତ୍ରା

mahabharatanews

୧୮୦୦ ଟଙ୍କା ବଦଳରେ ଏବେଠାରୁ ଗ୍ରାମରକ୍ଷୀ ପାଇବେ ୨୫୦୦ ଭତ୍ତା ।

mahabharatanews

ଝାରସୁଗୁଡାରୁ ଉଡିଲା ବିମାନ

mahabharatanews