ଓଡିଶା

ଗତ ୨୪ ଘଣ୍ଟାରେ ରାଜ୍ୟର ୧୨୮ କରୋନା ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୨୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୨୪୫ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୫ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୫୯୮୦ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ସଂଖ୍ୟା :-

Related posts

ସୁରକ୍ଷା ବାହିନୀ-ମାଓବାଦୀ ଗୁଳି ବିନିମୟ: ଏସଓଜି ଯବାନ ଗୁରୁତର

mahabharatanews

ଘରବାରି ପଟ୍ଟା କରାଇଦେବା ନାରେ ୬ହଜାର ଲାଞ୍ଚ ନେବା ପଡିଲା ମହାଙ୍ଗା

mahabharatanews

ତରେଇଶୁଣୀ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

mahabharatanews