ଓଡିଶା

ମାର୍ଚ୍ଚ ୨୨ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ପରୀକ୍ଷା ବନ୍ଦ ରହିବ । ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନାଯୋଗ୍ୟ ଯେ ପୌର ନିର୍ବାଚନରେ କଲେଜ ଗୁଡିକରେ ବୁଥ୍ ହେଉଥିବାରୁ ପରୀକ୍ଷା ବନ୍ଦ ରହିବ । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ପଡିବ ଭୋଟ । ତେବେ ଏହି ସମୟରେ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Related posts

ସୁରଟରେ ସତ୍ୟଙ୍କ ମୃତ୍ୟୁ ଘଟଣା କଂଗ୍ରେସ ଦାବିକଲା ସିବିଆଇ ତଦନ୍ତ

mahabharatanews

ସଂପୂର୍ଣ୍ଣ ସିସିଟିଭି ବଳୟରେ ଶ୍ରୀକ୍ଷେତ୍ର

mahabharatanews

 ଆଜିଠୁ ବଦଳିବ ପାଗ 

mahabharatanews