ଓଡିଶା

ବିଦ୍ୟୁତ ଆଘାତରେ ଯୁବକ ମୃତ

ଭୁବନ :-ଏଲ ଆଇ ପଏଣ୍ଟରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଭୁବନ ଥାନା ଗୋବିନ୍ଦ ବିଦ୍ୟାଧରପୁର ଗ୍ରାମର ପବିତ୍ର ମଲ୍ଲିକ । ସେ ଆଜି ସକାଳେ ଶୌଚ ପାଇଁ ରାମିଆଳ ନଦୀକୁ ଯାଇଥିବା ବେଳେ ତାଙ୍କ ଦେହରେ ଏଲ ଆଇ ପଏଣ୍ଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ଦେଖିଲା ବେଳକୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ମୃତଦେହକୁ ଉଦ୍ଧାର କରି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Related posts

ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ଡାନିଙ୍କ ପ୍ରୟାସରେ ରଙ୍ଗିନ କଳିଙ୍ଗ ନଗର

mahabharatanews

ଚଳିତ ଥର ୭ଟି ଜାଗାରେ ଇକୋ ରିଟ୍ରିଟ୍

mahabharatanews