ନୂଆଦିଲ୍ଲୀ: ମଣିଷ କ୍ଷେତ୍ରରେ ହେଉ କିମ୍ବା କୌଣସି ଜୀବଯନ୍ତୁଙ୍କୁ କ୍ଷେତ୍ରରେ ମା ସର୍ବଦା ମା । ଦୁନିଆର ସବୁଠାରୁ ନିଆରା ଶବ୍ଦ ହେଉଛି ମାଆ ଶବ୍ଦ । ମା ର ସ୍ଥାନ କେହି ନେଇ ପାରିବେନି। କିଛିଦିନ ହେଲା ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କିଛି କୁକୁର ଛୁଆକୁ କ୍ଷୀର ପିଆଉଥିବା ମହିଳାଙ୍କୁ ମାଆ କୁକୁରଟି ନିଜ ହିସାବରେ ସମ୍ମାନ ଜଣାଉଥିବା ଦେଖିବାକୁ ମିଳିଛି। ଏହି ହୃଦୟସ୍ପର୍ଶୀ ଭିଡିଓଟି ୟୋଦାଫର୍ଏଭର୍ ନାମକ ଟ୍ବିଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ ହୋଇଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା କିଛି କୁକୁର ଛୁଆଁଙ୍କୁ କ୍ଷୀର ପିଆଉଛନ୍ତି। ଏହା ପରେ ମାଆ କୁକୁରଟି ଖୁସି ହୋଇ ନିଜ ଲାଙ୍ଗୁଡ଼ ହଲାଇ, ଗୋଡ଼ ଉଠାଇ ମହିଳାଙ୍କୁ କୃତଜ୍ଞତା ଜଣାଉଛି।
Dog mom thanks woman for feeding her puppies.🐕🐾🍛❤️ pic.twitter.com/LqwUGfD90o
— 𝕐o̴g̴ (@Yoda4ever) March 8, 2022
