ଭାରତ

ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ୨୦ ଦିନ ହୋଇଗଲାଣି। କିବ୍‌ରେ ରୁଷର ଆକ୍ରମଣ ହେତୁ ଦେଶଛାଡ଼ି ପଳାୟନ କରୁଥିବା ୟୁକ୍ରେନବାସୀଙ୍କୁ ଏବେ ସମର୍ଥନ ଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ସେ ଟ୍ୱିଟ ଜରିଆରେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର, ଖାଦ୍ୟ ଏବଂ ଅର୍ଥ ସମର୍ଥନ ଯୋଗଗାଇ ଦେବେ ବୋଲି କହିଛନ୍ତି। । ୟୁକ୍ରେନ୍‌ ଉପରେ ରୁଷ ରସାୟନିକ ଓ ଜୈବିକ ଅସ୍ତ୍ର ପ୍ରୟୋଗ କରିପା‌ରେ ବୋଲି ବ୍ରିଟେନ୍‌ କରିବା ପରେ ଜୋ ବାଇଡେନ୍‌ ଟ୍ବିଟ୍‌ କରି ୟୁକ୍ରେନକୁ ନିଜର ସମର୍ଥନ ଜଣାଇଛନ୍ତି। କିଛି ଦିନ ପୂର୍ବରୁ ମଧ୍ୟ ହ୍ୱାଇଟହାଉସ ଏପରି ଘୋଷଣା କରିସାରିଛି। ଅନ୍ୟପଟେ ବେଜିଂ ଯଦି ରୁଷକୁ ସାହାଯ୍ୟ କରେ ତେବେ ପରିଣତି ଭୟାବହ ହେବ ବୋଲି ଚେତାବତୀ ଦେଇଛି ଆମେରିକା। ଏପଟେ ଚୀନ ରୁଷକୁ କୌଣସି ପ୍ରକାରର ସାହାଯ୍ୟ କରିବାର ନାହିଁ ବୋଲି ସ୍ପଷ୍ଟ କରିଛି।

Related posts

ଭାରତ-ୱେଷ୍ଟଇଣ୍ଡିଜ୍‌ T20 ସିରିଜ୍‌: ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

mahabharatanews

ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ

mahabharatanews

ଶ୍ରୀରାମଚନ୍ଦ୍ରଙ୍କ ପ୍ରତିକୃତୀ କରି ବିଶ୍ୱ ରେକର୍ଡ କଲେ ପଦ୍ମଶ୍ରୀ ସୁଦର୍ଶନ

mahabharatanews