ଓଡିଶାପର୍ବ ପର୍ବାଣି

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ରମେଳା ଶ୍ରଦ୍ଧାଳୁଙ୍କ ସହ ବିଧାୟକ ଯୋଗଦାନ

ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ର ମେଳା। ଶ୍ରଦ୍ଧାଳୁଙ୍କ ସମାଗମ, ବେଦ ମନ୍ତ୍ରୋଚ୍ଚାରଣ, ଶଙ୍ଖଧ୍ୱନି ଓ ହରିନାମ ସଂକୀର୍ତ୍ତନରେ ମହେନ୍ଦ୍ରଗିରି ଭକ୍ତିମୟ ପରିବେଶରେ ପାଲଟିଯାଇଛି ମେଳାର ଶୁଭାରମ୍ଭ ଅବସରରେ     ମହିଳାମାନେ ପର୍ଶୁରାମ କୁଣ୍ଡରୁ ପବିତ୍ର ଜଳ ଆଣି ବିରାଟ କଳସ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ପୋଷାକ ପରିଧାନ କରି ମହିଳାମାନେ ଭଜନ ଓ ଧାର୍ମିକ ସଙ୍ଗୀତ ମଧ୍ୟରେ ମହେନ୍ଦ୍ର ଶିଖର ଅଭିମୁଖେ ଯାତ୍ରା କରିଥିଲେ। ଭକ୍ତି ଓ ଆଧ୍ୟାତ୍ମିକତାର ଏହି ଅଦ୍ଭୁତ ଦୃଶ୍ୟ ସମସ୍ତଙ୍କ ମନରେ ଭକ୍ତି ଜାଗୃତ କରିଥିଲା। ଶିଖରରେ ପହଞ୍ଚିବା ପରେ ମହେନ୍ଦ୍ର ମେଳାର ଶୁଭାରମ୍ଭ କରାଯାଇଥିଲା।

ଆଜି ଦ୍ୱିତୀୟ ଦିନ ରେ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଆଜି ମାନ୍ୟବର ପାରଳା ବିଧାୟକ ରୂପେଶ୍ ପାଣିଗ୍ରାହୀ, ମାନ୍ୟବର ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ସମେତ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ।ପ୍ରଥମ ଥର ପାଇଁ ମହେନ୍ଦ୍ର ଶିଖରରେ ଏପରି ବ୍ୟାପକ ଓ ଭବ୍ୟ ଆୟୋଜନ ହୋଇଛି ।

ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଯାତାୟାତ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଜୁନ ୨ ତାରିଖ ଠାରୁ ମହାଯଜ୍ଞ ଆରମ୍ଭ ହୋଇଛି। ଏଥି ସକାଶେ  ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାଧୁ-ସନ୍ଥ, ଧର୍ମଗୁରୁ ଓ ବେଦପଣ୍ଡିତ ମହେନ୍ଦ୍ରଗିରିରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଯଜ୍ଞ, ପ୍ରବଚନ, ଧାର୍ମିକ ସଭା, ଭଜନ-କୀର୍ତ୍ତନ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଭକ୍ତି, ସଂସ୍କୃତି ଓ ଆଧ୍ୟାତ୍ମିକତାର ମହାକେନ୍ଦ୍ର ପାଲଟିଛି  ।

Related posts

ଖୋଲିଲା ହୀରାକୁଦର ୬ଟି ଗେଟ୍ 

mahabharatanews

ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ପ୍ରଶ୍ନବାଚୀ

mahabharatanews

ନୂଆପଡା ଉପନିର୍ବାଚନରେ ହାରିବା ପରେ ଟ୍ୱିଟ କଲେ ନବୀନ

mahabharatanews