ଓଡିଶାଦୁର୍ଘଟଣା

କୋଇଡାରେ ସିରିଜ୍ ଦୁର୍ଘଟଣା, ଦୁଇ ମୃତ ତିନି ଗୁରୁତ୍ୱର…

ସୁନ୍ଦରଗଡ଼ କୋଇଡା ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଗୋଟିଏ ଦିନରେ ଦୁଇ ଦୁର୍ଘଟଣା ୨ମୃତ ତିନି ଗୁରୁତ୍ୱର ହୋଇଥିବା ସୂଚନା ଆସୁଛି। କୋଇଡା ଥାନା 520 ଜାତୀୟ ରାଜପଥ ଗଲା ସନ୍ଧ୍ୟାରେ ବାଇକ୍ ସହ ହାଇୱା ଧକ୍କା ହେବାରୁ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ସାଥୀ ଜଣଙ୍କର ଗୁରୁତ୍ୱ ହୋଇଛନ୍ତି। ମୃତ ବାଇକ୍ ଚାଳକ ହେଉଛନ୍ତି ସୁନିଲ୍ କାଣ୍ଡୁଲାନା ସେ ଝାଡ଼ଖଣ୍ଡ ରାଜ୍ୟର। ଠିକ୍ ସେହିପରି ବିଳମ୍ବିତ ରାତିରେ  ଟୁକୁଟୁଲା ନିକଟରେ ଏକ ବାଇକ ଦୁର୍ଘଟଣା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତ୍ୱରଙ୍କୁ କୋଇଡା ଗୋଷ୍ଠି ଶିକ୍ଷା କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ କେନ୍ଦୁଝର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଲାଲିତେଶ୍ୱର୍ ପ୍ରଦାନ ସେ ଅନୁଗୁଳ ଅଞ୍ଚଳର । ଗୋଟିଏ ଦିନରେ ଦୁଇ ଦୁଇ ଟି ସିରିଜ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଅପର ପକ୍ଷରେ କୋଇଡା ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଚରମ ସୀମାରେ ପହଞ୍ଚିଛି। ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏଇ ସିରିଜ୍ ଦୁର୍ଘଟଣା ରେ ଗୋଟିଏ ହାଇୱା ଗୋଟିଏ ବାଇକ୍ କୁ କୋଇଡା ପୋଲିସ ଜବତ୍ କରି ତଦନ୍ତ ଚଳାଇଛି।

Related posts

ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନିସିକାନ୍ତ ମହାପାତ୍ର

mahabharatanews

 ଆସନ୍ତାକାଲି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ

mahabharatanews