ଭାରତରାଜନୀତି

ରାଜ୍ୟସଭା ନିର୍ବାଚନରେ ଆପ ପକ୍ଷରୁ ନଜର ଆସିବେ ହରଭଜନ

ପଞ୍ଜାବ: ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଇପାରନ୍ତି ହରଭଜନ ସିଂ । ଭାରତର ପୂର୍ବତନ କ୍ରିକେଟ୍ ଖେଳାଳି ହରଭଜନ ସିଂହ ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍’ର ପ୍ରାର୍ଥୀ ହେବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ୱନ୍ତ ମାନ୍ ଶପଥ ନେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି । ଏହା ସହ ତାଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ ।

ଚଳିତ ମାସ ଶେଷ ସୁଦ୍ଧା ‘ଆମ୍ ଆଦ୍ମୀ ପାର୍ଟି’ ରାଜ୍ୟସଭାରେ ୫ଟି ଆସନ ପାଇବ।ତେବେ ଏହି ୫ଟି ଆସନ ମଧ୍ୟରୁ ପ୍ରଥମ ନାମ ହରଭଜନ ସିଂ ଅଟେ । ଏନେଇ ଖୁବଶୀଘ୍ର ଅରବିନ୍ଦ କେଜ୍ରୀଓ୍ୱାଲ ତାଙ୍କ ନାମ ଘୋଷଣା କରିପାରନ୍ତି । ଭଗଓ୍ୱନ୍ତ ମାନ୍ ଓ ହରଭଜନ ସିଂହ ଭଲ ବନ୍ଧୁ ଅଟନ୍ତି ।ପଞ୍ଜାବରେ ବିଜୟ ପରେ ହରଭଜନ ସିଂ ଟ୍ୱିଟ କରି କହିଥିଲେ କି ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଏବଂ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୋର ବନ୍ଧୁ ଭଗଓ୍ୱନ୍ତ ମାନଙ୍କୁ ମଧ୍ୟ ଶୁଭେଚ୍ଛା ।

ଫେବ୍ରୁଆରିରେ ପଞ୍ଜାବ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ହରଭଜନ ସିଂହ ‘ବିଜେପି’ରେ ଯୋଗ ଦେବେ ବୋଲି ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଏହାପରେ ହରଭଜନ ତତ୍କାଳୀନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁଙ୍କ ସହ ଫଟୋ ଉଠାଇଥିଲେ। ସିଦ୍ଧୁ ତାଙ୍କ ଟୁଇଟରେ ସେହି ଫୋଟୋକୁ ସେୟାର କରିଥିଲେ।

Related posts

ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଆଦର୍ଶ ଯୁବ ବିଧାୟକ ସମ୍ମାନ

mahabharatanews

ଥମୁନି ମଣିପୁର ହିଂସାକାଣ୍ଡ : ଗଲାଣି ୫୦ରୁ ଅଧିକ ଜୀବନ 

mahabharatanews

ହେମନ୍ତ ସୋରେନ୍ ଙ୍କୁ ବେଲ୍

mahabharatanews