ଅପରାଧଓଡିଶା

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ୨ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଓ ରାଜ କମ୍ୟୁନିକେସନ ମାଲିକ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଘଟଣା ନେଇ ସୂଚନା ପ୍ରଦାନ କରିଛନ୍ତି ଚାନ୍ଦବାଲି ଏସପି ଯତୀନ ପଣ୍ଡା । ହତ୍ୟାକାଣ୍ଡ ପଛରେ ନିରଞ୍ଜନ ସେଠୀ ମାଷ୍ଟର ମାଇଣ୍ଡ ବୋଲି କହିଛି ପୋଲିସ । ହତ୍ୟା ଷଢ଼ଯନ୍ତ୍ର, ଅପହରଣ ଓ ଶବକୁ ନଷ୍ଟ କରିବାରେ ନିରଞ୍ଜନଙ୍କ ସମ୍ପୃକ୍ତି ରହିଥିବା ପୋଲିସ ପ୍ରେସମିଟ୍ ଜରିଆରେ ସୂଚନା ପ୍ରଦାନ କରିଛି ।

ସୂଚନା ଅନୁଯାୟୀ, କ୍ୟାମେରା ମ୍ୟାନ ମାନସ ହତ୍ୟା ମାମଲାରେ ମର୍ଡର ପାଇଁ ପ୍ରି-ପ୍ଲାନ କରିଥିଲା ମାଷ୍ଟର ମାଇଣ୍ଡ ନିରଞ୍ଜନ ସେଠୀ । ପୋଲିସର କହିବା ମୁତାବକ, ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରିବା ପାଇଁ ନିରଞ୍ଜନ ଯାଇ ନଥିଲା । କିନ୍ତୁ ମାନସଙ୍କୁ ଅପହରଣ କରିବା ପରେ ଦିନଦୟାଲ ଆଶ୍ରମ ଆଣାଯାଇଥିଲା ତେବେ ସେଠାରେ ଅଭିଯୁକ୍ତ ନିରଞ୍ଜନ ଉପସ୍ଥିତ ଥିଲା । ସେଠାରେ ମାନସଙ୍କୁ ମାଡ଼ ମରାଯିବା ସହ ତାଙ୍କ ହତ୍ୟା ମଧ୍ୟ କରାଯାଇଥିଲା ।

ତେବେ ନିରଞ୍ଜନ ମାନସଙ୍କୁ ମାଡ଼ ମାରିଥିବାର ମଧ୍ୟ ପୋଲିସ ନିକଟରେ ପ୍ରମାଣ ରହିଛି । ମାନସଙ୍କ ହାତରେ ଘାତକ ଅସ୍ତ୍ରରେ ମାଡ଼ କରାଯାଇଥିଲା । ଏବଂ ହତ୍ୟା ପରେ ତାଙ୍କ ଶବକୁ ନେଇ ପୋତା ଯାଇଥିଲା । ଅନ୍ୟ ପକ୍ଷରେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନାଙ୍କ ଟେର୍ ପାଉନି ପୋଲିସ୍ । ତେବେ ଚିପ୍ ପାଇଁ ହିଁ ଏହି ହତ୍ୟାକାଣ୍ଡ ହୋଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି, ଚିପରେ କ’ଣ ଅଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, ପୋଲିସ ହାତରେ ଏ ପର୍ଯ୍ୟନ୍ତ ସେ ଚିପ୍ ଲାଗି ନଥିବା ସୂଚନା ମିଳିଛି ।

Related posts

ରାଜ୍ୟରେ ଆଜି ପୁଣି ୧୪୬ କରୋନା ପଜିଟିଭ୍

mahabharatanews

ସ୍ଥିତି ଦେଖି ଲାଗୁନି ଅନଲକ କରିହେବ : ଡିଏମଇଟି

mahabharatanews

ଗାଁ ସାଥି ସମସ୍ୟା ବିଡିଓଙ୍କୁ ଦାବିପତ୍ର

mahabharatanews