ଅପରାଧଓଡିଶା

ଜ୍ୱାଇଁର ଛୁରା ମାଡରେ ଶାଶୁ ମୃତ

ପୁରୀ: ପୁଣି ପୁରୀରେ ରକ୍ତର ଛିଟା । ସମ୍ପର୍କକକୁ ଭୁଲି ରକ୍ତର ହୋଲି ଖେଳିଲା ଜ୍ୱାଇଁ । ପାରିବାରିକ କଳହକୁ କେନ୍ଦ୍ର କରି ଶାଶୁ ପେଟରେ ଛୁରା ଭୁଷି ହତ୍ୟା କଲା ଜ୍ୱାଇଁ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରି ଜିଲ୍ଲା ବାସେଳିସାହି ଥାନା ଅନ୍ତର୍ଗତ ବନମାଳି ନଗରରେ। ସୂଚନା ଅନୁସାରେ ଜ୍ବାଇଁ ଶକ୍ତିଧର ଦାଶ ପାରିବାରିକ କନ୍ଦଳ ଯୋଗୁଁ ଗତ କାଲି ଶାଶୁ ତିଳୋତମାଙ୍କ ପେଟରେ ଛୁରି ଭୁଷି ଦେଇଥିଲା । ଯାହା ଫଲରେ ଘଟଣାସ୍ଥଳରେ ତିଳୋତମାଙ୍କ ମୃତ୍ୟ ଘଟିଥିଲା। ତିଳୋତମାଙ୍କୁ ତୁରନ୍ତ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏଭଳି ଜଘନ୍ୟ ଭାବରେ ହତ୍ୟାକରି ଜ୍ବାଇଁ ସେହି ଘରେ ବିଶ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବାବେଳେ ପ୍ରଥମେ ବଳିଆପଣ୍ଡାଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଛି। ପରେ ଏହି ଅଞ୍ଚଳ ବାସେଳି ସାହି ଥାନାରେ ଯାଉଥିବାରୁ ମୃତ ତିଳୋତମାଙ୍କ ଇନକ୍ୟୁଷ୍ଟେ କରିବା ସହ ପୋଷ୍ଟମଟମ ପାଇଁ କାଜଗପତ୍ର କରି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ବୋଲି ପୁଲିସ କହୁଛି। କଣ ପାଇଁ ଜ୍ବାଇଁ ଏକ ଛୁରି କିଣି ଶାଶୁଙ୍କୁ ହତ୍ୟାକଲା ,ଏହାକୁ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଏସପି।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୪୨୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଗାଁରେ ପଶି ଘର ଭାଙ୍ଗିଲେ ୨ ଦନ୍ତା

mahabharatanews

ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାରେ ଚାଲିବ ‘ମୋ ବସ’

mahabharatanews