ବିଶ୍ୱ

ଆର୍ଥ ଆୱାର: ଦେଶକୁ ବିଦ୍ୟୁତ ସଙ୍କଟରୁ ମୁକ୍ତି ଦେବ ୬୦ ମିନିଟ୍ ଅନ୍ଧକାର

ନୂଆଦିଲ୍ଲୀ: ଏକ ଛୋଟ ପଦକ୍ଷେପ କିପରି ବଡ ପରିବର୍ତ୍ତନ ଆଣିପାରେ ତାହାର ଏକ ଉଦାହରଣ ହେଉଛି ଆର୍ଥ ଆୱାର | ଆଜି ବିଶ୍ଵର ୧୯୦ ରୁ ଅଧିକ ଦେଶ ଅନ୍ଧକାରରେ ୬୦ ମିନିଟ୍ ବିତାଇବେ, ଯାହାଫଳରେ ପୃଥିବୀର ଭବିଷ୍ୟତ ଆଲୋକିତ ହୋଇପାରିବ | ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (WWF)ଙ୍କ ନେତୃତ୍ୱରେ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରରେ ଆର୍ଥ ଆୱାର ପାଳନ କରାଯାଏ | ଏହି ସମୟରେ, ଲୋକମାନେ ଘର ଏବଂ କାର୍ଯ୍ୟାଳୟର ଅନାବଶ୍ୟକ ଆଲୋକକୁ ଏକ ଘଣ୍ଟା (ରାତି ୮.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ) ବନ୍ଦ କରନ୍ତି |

ଆର୍ଥ ଆୱାର ହେଉଛି WWF (ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର/ ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଫଣ୍ଡ) ଦ୍ୱାରା ସୃଷ୍ଟି ହୋଇଥିବା ଏକ ବାର୍ଷିକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ | ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି ।

Related posts

ଡେଙ୍ଗୁରେ ଆକ୍ରାନ୍ତ ପାକିସ୍ତାନ, ଭାରତରୁ ମଶାରୀ କିଣିବା ନେଇ ସୂଚନା

mahabharatanews

ଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ

mahabharatanews

ଅଚାନକ ବିମାନରେ ଲାଗିଲା ନିଆଁ, ବିମାନରେ ଥିଲେ ୧୧୩ ଜଣ ଯାତ୍ରୀ

mahabharatanews