ବିଶ୍ୱ

ଇରାନରେ ୧୪ ବିଦେଶୀ ଅଟକ

ବ୍ୟୁରୋ:ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାର ଲାଗିଛି । ଏହି ଆନ୍ଦୋଳନରେ ଆଜି ୧୪ ଜଣ ବିଦେଶୀଙ୍କୁ ଗିରଫ କରାଯାଇଛି । ଏହା ପଛରେ ବିଦେଶୀ ଶକ୍ତି ଥିବା ପୂର୍ବରୁ ଅଭିଯୋଗ କରି ଆସୁଥିଲେ ଇରାନ ସରକାର । ଆମେରିକୀୟ, ବ୍ରିଟିଶ,ଫ୍ରାନ୍ସ ଓ ଆଫଗାନିସ୍ତାନ ଭଳି ଅନେକ ବିଦେଶୀ ଶକ୍ତି ଥିବା ଇରାନର ଫ୍ରାର୍ସ ନ୍ୟୁଜ ଏଜେନ୍ସି କହିଛି । ଇରାନ ନେତା ଆୟୋତୋଲ୍ଲା ଅଲ୍ଲି ଖାମିନେଇ କହିଥିଲେ ଏହା ପଛରେ ଆମେରିକା ଓ ଇସ୍ରାଏଲ ର ହାତ ରହିଛି । ତେହେରାନର ମାସା ଅମିନ ସଠିକ୍ ଭାବେ ହିଜାବ ପରିଧାନ କରିନଥିବାରୁ ତାଙ୍କୁ ଗିରଫ କରାଯାଇଥିଲା ।ହାଜତରେ ତାଙ୍କୁ ପ୍ରବଳ ମାଡ ମାରିଥିଲେ ଫଳରେ ସେପ୍ଟମ୍ବର ୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସମଗ୍ର ଇରାନରେ ଜାରି ରହିଛି ହିଜାବ ବିରୋଧୀ ଆନ୍ଦୋଳନ ।

Related posts

ୟୁ‌କ୍ରେନରେ ବଢୁଛି ପାଣି : ମୃତ୍ୟୁ ସଂଖ୍ୟା ୧୦

mahabharatanews

ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ଏପ୍ରିଲ ଓ ମେ’ରେ ଭାରତୀୟ ଶ୍ରମିକ ଯିବେ ଇସ୍ରାଏଲ୍ 

mahabharatanews