ଓଡିଶା

ଡାଇଲିସିସ୍ ସେବା ଯୋଗାଇବା ପାଇଁ ଅଭିନବ ଉପାୟରେ ପ୍ରତିବାଦ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସିସ୍ ସେବା ଯୋଗାଇବା ପାଇଁ କିଡ଼ନୀ ରୋଗୀ ମାନଙ୍କୁ ଧରି ଏକ ଅଭିନବ ଉପାୟରେ ଘଣ୍ଟ ବଜାଇ ଆନ୍ଦୋଳନକୁ ଓହ୍ଲାଇ ଥିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ।ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ ସଭାପତି ବଳଦେବ ବେଦବାକଙ୍କ ନେତୃତ୍ବରେ ସ୍ବେଚ୍ଛାdialysis machinସେବୀ ମାନେ କିଡ଼ନୀ ରୋଗୀ ମାନଙ୍କୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାରେ ହଜାର ହଜାର କିଡନୀ ରୋଗୀ ଥିବା ବେଳେ ଶହ ଶହ ଲୋକଙ୍କୁ ପ୍ରତିଦିନ ଡାଇଲିସିସ୍ ଚିକିତ୍ସାର ଆବଶ୍ୟକତା ରହିଛି ।

ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଯୋଗାଇବା ପାଇଁ ଭିତ୍ତିଭୂମିର ବିକାଶ କରି ଆବଶ୍ୟକୀୟ ଉପକରଣ ଏବଂ ତାଲିମପ୍ରାପ୍ତ ଡାକ୍ତର ମାନଙ୍କୁ ରଖିଛନ୍ତି।ଅନ୍ୟପକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାଇଲିସିସ ମେସିନ ଥିବା ବେଳେ ତାଲିମପ୍ରାପ୍ତ ଡାକ୍ତର ମଧ୍ୟ ଅଛନ୍ତି।

କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସିସ ସେବା ଆରମ୍ଭ ହୋଇ ପାରିନାହିଁ।ସ୍ଥାନୀୟ ଲୋକ ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦୀର୍ଘଦିନରୁ ଦାବି କରି ଆସୁଥିଲେ ହେଁ ଏହାର ସମାଧାନ ନହେବାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ କିଡନୀ ରୋଗୀ ମାନଙ୍କୁ ଧରି ଆନ୍ଦୋଳନ କରାଯାଇଛି। ଯେପର୍ଯ୍ୟନ୍ତ ଡାଇଲିସିସ ସେବା ଆରମ୍ଭ ନହେବ ଆନ୍ଦୋନର ଜାରୀ ରହିବ ବୋଲି ସ୍ବେଚ୍ଛାସେବୀ ସଂଗଠନ ଚେତାବନୀ ଦେଇଛନ୍ତି । ଅପର ପକ୍ଷରେ ଆସନ୍ତା ୮ ତାରିଖ ସୁଦ୍ଧା ଡାଇଲିସିସ ସେବା ଆରମ୍ଭ କରାଯିବା ନେଇ ସିଡିଏମଓଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Related posts

ଦୁର୍ନୀତିଖୋର ଅକ୍ଟୋପସ ପରି ଖୋଳ କରୁଛନ୍ତି ଇଡକୋକୁ

mahabharatanews

ରାୟଗଡ଼ା ରେ ବିଂଶତମ ଜିଲ୍ଲା ଯୋଜନା କମିଟିର ବୈଠକ

mahabharatanews

ଏଥର ବର୍ଷିବ ବାତ୍ୟା ; ଛୁଇଁ ପାରିବନି କୂଳ

mahabharatanews