ଓଡିଶା

ପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭୁବନେଶ୍ୱର : ପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ୍ । ୪ ଟି ଗାଡିକୁ ଧକା ଦେଲା ହାଇବା ଟ୍ରକ । ଫଳରେ ଘଟଣା ସ୍ଥଳରେ କାର ଚାଳକଙ୍କ ମୃତୁ । ଭୁବନେଶ୍ୱର ରୁ କଟକ ଆଡକୁ ଯାଉଥିଲା ସମସ୍ତ ଗାଡି । ଘଟଣା ସ୍ଥଳରେ କାର ଚାଳକ ଙ୍କ ମୃତୁ । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଲା ହାଇବା ଟ୍ରକ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ।

 

ଟ୍ରକଟି ଭାରସାମ୍ୟ ହରାଇ ସିରିଜ୍ ଦୁର୍ଘଟଣା ଘଟାଇଛି । ଏକ କାରକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ । ଏହା ପରେ ବାଇକ ସହ ମଧ୍ୟ ଧକ୍କା ହୋଇଥିଲା । ଏହି ସିରିଜ୍ ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ ପଲସର ବାଇକ ମଧ୍ୟ ଭାଙ୍ଗିଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ଦମକଳ ବାହିନୀ ପହଂଚି ଗ୍ୟାସ କଟର ସାହାଯ୍ୟରେ ମୃତଦେହ କୁ ବାହାର କଲେ । ଏହି ଘଟଣା ସିସିଟିଭିରେ ମଧ୍ୟ କଏଦ ହୋଇଛି ।

ଏହା ସହିତ ସିରିଜ୍ ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ତାଙ୍କ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଅନେକ ସମୟ ଧରି ରାସ୍ତାଘାଟ ଜାମ୍ ହୋଇଥିଲା । ଯାହା ଫଳରେ ଲୋକମାନଙ୍କ ଯିବାଆସିବାରେ ଅସୁବିଧା ହେଉଥିଲା ।

Related posts

ବିଜୟ କୁମାର ସାହୁଙ୍କୁ ଡକ୍ତରେଟ ପ୍ରଦାନକୁ ବିରୋଧ: ୪ ଗିରଫ

mahabharatanews

ପଞ୍ଚମଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

mahabharatanews