ଓଡିଶା

ପୁରୀ ସିଟି ଡିଏସପିଙ୍କୁ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ

ପୁରୀ : ରାଜ୍ୟ ପୋଲିସ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ପୁରୀ ଡିଏସପି ଜନାରର୍ଦନ ପାଢୀଙ୍କୁ ସମ୍ମାନ ଜନକ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ କରାଯାଇଛି । ସେବା ଓ କର୍ତ୍ତବ୍ୟ ନିଷ୍ଠା ଭାବେ କାର୍ଯ୍ୟ ସମ୍ପାଦନ ନିମନ୍ତେ ତାଙ୍କୁ ରାଜ୍ୟ ପୋଲିସ ମାହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ୍ ସମ୍ମାନୀତ କରିଛନ୍ତି । ଏହି କର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ପୋଲିସ ଭାବନରେ ଆୟୋଜିତ କରାଯାଇଥିଲା । ଯାହା ପୁରୀ ଜିଲ୍ଲା ପୋଲିସ ପାଇଁ ଗୌରବ ଓ ସମ୍ମାନ ଆଣିଛି । ଶ୍ରୀ ପାଢୀ ଜଣେ ଦକ୍ଷ ଓ ସଚୋଟ୍ ଏଥିସହ କର୍ତ୍ତବ୍ୟ ପରାୟଣ ପୋଲିସ ଅଧିକାରୀ ଅଟନ୍ତି । ସେ ୧୯୯୯ ମସିହାରେ ରାଜ୍ୟ ପୋଲିସ ବିଭାଗରେ ଯୋଗ ଦେଇଥିଲେ ।

ପୂର୍ବରୁ ସେ ରାଜ୍ୟର ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ସମେତ ବହୁ ଗୁରୁତ୍ଵ ପୂର୍ଣ୍ଣ ଥାନାରେ ଆଇଆଇସି ରୂପେ କାର୍ଯ୍ୟ ତୁଲାଇ ଛନ୍ତି। ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନ ଲିଙ୍ଗରାଜ ଥାନା, ନନ୍ଦନ କାନନ ଥାନା, କଟକ ଲାଲବାଗ ଥାନା ସମେତ ପୁରୀ ଜିଲ୍ଲାର ନିମାପଡ଼ା ଥାନାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ପରେ ସେ ପୁରୀ ସହରରେ ୨୦୨୧ ମସିହା ଅପ୍ରେଲ ୨୩ ରେ ସିଟି ଡିଏସପି ଭାବେ କାର୍ଯ୍ୟ ଗ୍ରହଣ କରିଥିଲେ । ଏହା ପରେ ଅପରାଧ ନିୟନ୍ତ୍ରଣ ମାତ୍ରା କମ୍ ହୋଇଛି ।

Related posts

ଡ଼ରାଇଲାଣି ଡେଙ୍ଗୁ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି 

mahabharatanews

ରଥଯାତ୍ରା ବନ୍ଦ ବେଳେ ଉଦଳା ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା

mahabharatanews

ଟ୍ରେଣ୍ଡି ରଫଲ ଲେହେଙ୍ଗା

mahabharatanews