ଓଡିଶା

ବାଲୁକାକଳା ମାଧ୍ୟମରେ ମୁସଲମାନ ଭାଇ ଭଉଣୀଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା

ପୁରୀ: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ । ତେବେ ଏହି ଅବସର ରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା ମାଧ୍ୟମରେ ମୁସଲମାନ ଭାଇ ଭଉଣୀଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା ଦେଇଛନ୍ତି। ପୁରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକା ଚିତ୍ରକଳାଟି ସୁଦର୍ଶନ କରିଛନ୍ତି। ଯାହାକି ବେଶ ଆକର୍ଷଣୀୟ ହୋଇଛି ।

ସେହିଭଳି ତ୍ୟାଗ ଓ ନିଷ୍ଟାର ମାସ ରମଜାନ ମାସ ଆରମ୍ଭ ହୋଇଛି । ଏଥିପାଇଁ ମୁସଲିମ ଧର୍ମବାଲମ୍ବୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି । ସେମାନେ ଦୀର୍ଘ ଏକ ମାସ ଧରି ନିଷ୍ଟାର ସହିତ ଉପବାସ କରିବେ। ଗତ କାଲି ରାତିରେ ବିଭିନ୍ନ ମସଜିଦରେ ତରାବି ପାଠ ହୋଇଛି । ଆଜି ସକାଳ ଠାରୁ ମୁସଲିମ ଧର୍ମାବଲମ୍ବୀ ମାନେ ଦିନରେ ଉପବାସ ରହି ଦୀର୍ଘ ଏକ ମାସ ରାମଜାନ ମାସ ପାଳିବେ । ସେମାନେ ଦୀର୍ଘ ଏକ ମାସ ଉପବାସ କଲା ପରେ ଶେଷରେ ଇଦ ପର୍ବ ପାଳନ କରିବେ । ତେଣୁ ସବୁ ମସଜିଦରେ ଗତ କାଲି ରାତିରେ ପ୍ରଥମେ ନମାଜ ପାଠ ଓ ପରେ ତରାବି ପାଠ ହୋଇଥିଲା । ସମସ୍ତେ ଆଗ୍ରହ ର ସହିତ ଆସି ନମାଜ ପାଠ କରିଛନ୍ତି ।

Related posts

 ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

mahabharatanews

ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

mahabharatanews

ବର୍ଷାରେ ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିଲା ପଲିଥିନ

mahabharatanews