ଓଡିଶା

ଉପକୂଳ ଅଞ୍ଚଳରେ ବୃଦ୍ଧି ପାଇବ ତାପମାତ୍ରା

(ଭୁବନେଶ୍ୱର) : ଆସନ୍ତା ୭ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ଚଳିତ ମାସ ୭ରୁ ୧୨ ତାରିଖ ମଧ୍ୟରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ । ଭୁବନେଶ୍ୱର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବା ସମ୍ଭାବନା ରହିଛି ବୋଲି କୃଷି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସରଙ୍କ ଆକଳନନୁଯାୟୀ , ୧୧ ବା ୧୨ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍‌, ଅନୁଗୁଳ, ତାଳଚେର, ସୋନପୁର, ଭବାନୀପାଟଣା, ଟିଟିଲାଗଡ଼, କାଲିମେଳାରେ ୩୯ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ଏବଂ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୩୭ ଡିଗ୍ରୀ ସେଲସିୟସ୍‌ ହୋଇପାରେ । ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ ।

 

Related posts

ଲାଞ୍ଚୁଆ ଫାଣ୍ଡି ଅଧିକାରୀ ନିଲମ୍ବିତ

mahabharatanews

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

କାହା ସ୍ୱାର୍ଥରେ ଆଡମ୍ବରପୂର୍ଣ୍ଣ ଉଦଘାଟନୀ?

mahabharatanews