ଓଡିଶା

ଆରପାରିରେ ବିଶିଷ୍ଟ କବି ତଥା ଗୀତିକାର ମାୟା ଗୋବିନ୍ଦ

(ମୁମ୍ବାଇ) : ପରଲୋକରେ ବିଶିଷ୍ଟ କବି ତଥା ଗୀତିକାର ମାୟା ଗୋବିନ୍ଦ। ଗୁରୁବାର ସକାଳେ ସେ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାୟା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯିବାରୁ ତାଙ୍କୁ ଜାନୁଆରୀରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ଡିସଚାର୍ଜ ହୋଇ ଘରକୁ ବି ଆସିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁନଥିଲା। ତାଙ୍କ ପୁଅ ଅଜୟ ଗୋବିନ୍ଦ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବଦା ସେୟାର କରୁଥିଲେ।

ପୁଅ କହିବାନୁଯାୟୀ , ତାଙ୍କ ମାଆଙ୍କୁ ପ୍ରଥମେ ଫୁସଫୁସ ସଂକ୍ରମଣ ଏବଂ ପରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଘରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମାୟା ଗୋବିନ୍ଦ ପ୍ରାୟ ୩୫୦ ଫିଲ୍ମ ପାଇଁ ଗୀତ ଲେଖିଥିଲେ। ସେ ଗୀତିକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

Related posts

ଚଳିତ ଥର ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୨୬ ପାର

mahabharatanews

କଟକ ଚଣ୍ଡୀ ମନ୍ଦିରରେ ଭି.କେ ପାଣ୍ଡିଆନ୍

mahabharatanews

ତିନି ଦିନରେ ପହଁଚିଲା ହିଂଜିଳି ପୋଲିସର ଯାଞ୍ଚ

mahabharatanews