ଓଡିଶା

ଆକାଶ ଛୁଆଁ ଲେମ୍ବୁ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେତୁ ସାଧାରଣ ଜନତା ଅସୁବିଧରେ ପଡିଛନ୍ତି । ଏହି ପେଟ୍ରୋଲ-ଡିଜେଲ ଦର ପରେ ଏବେ ଲେମ୍ବୁ ଉପରେ ପଡିଛି ମହଙ୍ଗା ମାଡ । ଖରାର ତାତି ଯେଉଁ ହାରରେ ବଢିବାରେ ଲାଗିଛି ଲେମ୍ବୁ ଦର ମଧ୍ୟ ସେହି ହାରରେ ହୁ ହୁ ହୋଇ ବଢିବାରେ ଲାଗିଛି । ଏହି ଖରା ସମୟରେ ଲେମ୍ବୁ ଦର ବୃଦ୍ଧି ହେତୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

ହାଇଦ୍ରାବାଦ, ସୁରଟଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ପନି ପରିବା ସହ ଲେମ୍ବୁ ଦର ଆକାଶ ଛୁଆଁ ହେଲାଣି । ଏହି ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକ ଓ ବିକ୍ରେତା ଉଭୟଙ୍କ ମୁଣ୍ଡରେ ଚଡକ ପଡିଛି । ଏକ ରିପୋର୍ଟ ଅନୁଯାୟୀ , ପୂର୍ବରୁ ଲେମ୍ବୁ ବସ୍ତା ବେପାରୀ ମାନେ ୭୦୦ ଟଙ୍କାରେ କିଣୁଥିଲେ କିନ୍ତୁ ବର୍ତ୍ତମାନ ସେହି ଲେମ୍ବୁ ବସ୍ତା ୩୦୦୦ ଟଙ୍କାରେ କିଣି ବାକୁ ପଡୁଛି ।

ଗ୍ରୀଷ୍ମ ଋତୁ ଆସିବା ସହିତ ଗତ ଏକ ସପ୍ତାହ ହେଲା ହାଇଦ୍ରାବାଦରେ ଗୋଟିଏ ଲେମ୍ବୁର ମୂଲ୍ୟ ୧୦ ଟଙ୍କା ରହିଛି । ପଶ୍ଚିମ ଓ ଉତ୍ତର ଭାରତରେ ଲେମ୍ବୁ ଦର ଏବେ କିଲୋ ପିଛା ୨୦୦ ଟଙ୍କା ରହିଛି । ଦିଲ୍ଲୀ ଭଳି ସହରରେ ମଧ୍ୟ ଦର ୭୦ ଟଙ୍କାରୁ ୪୦୦ ଟଙ୍କା ହେଲାଣି । ପୂର୍ବରୁ ଗୋଟିଏ ଲେମ୍ବକୁ ୨ରୁ ୩ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏପରି ଦର ବୃଦ୍ଧିରୁ ଜଣା ପଡୁଛି ଯେ ମୁଣ୍ଡଫଟା ଗରମରେ ଲୋକେ ତାଙ୍କ ପ୍ରିୟ ଲେମ୍ବୁରୁ ବଞ୍ଚିତ ହେବେ । କାରଣ ଲେମ୍ବୁ ଦର ବଜେଟର ବାହାରେ ହେଲାଣି ।

Related posts

 ୩୧ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ

mahabharatanews

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews

ବିମାନବନ୍ଦର ଅଘଟଣ: ଠିକାଦାର ଦିଲ୍ଲୀପ ଅଟକ, ତଦନ୍ତ କରିବ ଉଚ୍ଚସ୍ତରୀୟ ବୈଷୟିକ ଟିମ

mahabharatanews