ଓଡିଶା

ଗୋଟିଏ ପଟେ ତାତି ଆଉ ଗୋଟେପଟେ ଅଦିନିଆ ବର୍ଷା

(ଭଦ୍ରକ) : ଗୋଟିଏ ପଟେ ତାତି ଅସମ୍ଭାଳ ହୋଇପଡୁଥିବା ବେଳେ ଅଦିନିଆ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତ କୁମୁଡ ଗାଁ ରେ ପ୍ରବଳ ବେଗରେ ପବନ ହେବା ସହ ବର୍ଷା ଓ ବଜ୍ରପାତ ହୋଇଛି। ଏଥିରେ ବହୁ ଘର ଓ ଗଛ ଭାଙ୍ଗି ଯାଇଛି। ଫଳରେ ଗମନାଗମନର ବାଧାପ୍ରାପ୍ତ ହୋଇଛି ।

ପବନରେ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। କିଛି କ୍ଷଣପରେ ପବନର ବେଗ ବୃଦ୍ଧି ଘଟିଥିଲା। ଗାଁ ରେ ପବନ ତାଣ୍ଡବ ରଚିଥିଲା । କ୍ଷଣିକ ମଧ୍ୟରେ ଘରଗୁଡିକର ଛପର ଓ ଆଜବେଷ୍ଟସ ଉଡାଇ ନେଇଥିଲା।

ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତ କୁମୁଡ ଗାଁ ରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଥମେ ହାଲୁକା ପବନ ସହ ସାମାନ୍ୟ ବର୍ଷା ଅନୁଭୁତ ହୋଇଥିଲା । ଏହାର ପ୍ରଭାବରେ ଗାଁରେ ଥିବା ଆଜବେଷ୍ଟ ଓ ଚାଳ ଛପର ଘରକୁ ମିଶାଇ ୨୦ ରୁ ଊର୍ଦ୍ଧ୍ବ ଘରର ଛପର ସମ୍ପୂର୍ଣ୍ଣ ଉଡିଯାଇଛି। ଏପରିକି ବହୁ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।

Related posts

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

କଣିହାଁ ଗାଁରେ ଅହୋରାତ୍ର ଅଖଣ୍ଡ ନାମଧ୍ୱନୀ

mahabharatanews