ଓଡିଶା

ଗୋଟିଏ ପଟେ ତାତି ଆଉ ଗୋଟେପଟେ ଅଦିନିଆ ବର୍ଷା

(ଭଦ୍ରକ) : ଗୋଟିଏ ପଟେ ତାତି ଅସମ୍ଭାଳ ହୋଇପଡୁଥିବା ବେଳେ ଅଦିନିଆ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତ କୁମୁଡ ଗାଁ ରେ ପ୍ରବଳ ବେଗରେ ପବନ ହେବା ସହ ବର୍ଷା ଓ ବଜ୍ରପାତ ହୋଇଛି। ଏଥିରେ ବହୁ ଘର ଓ ଗଛ ଭାଙ୍ଗି ଯାଇଛି। ଫଳରେ ଗମନାଗମନର ବାଧାପ୍ରାପ୍ତ ହୋଇଛି ।

ପବନରେ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। କିଛି କ୍ଷଣପରେ ପବନର ବେଗ ବୃଦ୍ଧି ଘଟିଥିଲା। ଗାଁ ରେ ପବନ ତାଣ୍ଡବ ରଚିଥିଲା । କ୍ଷଣିକ ମଧ୍ୟରେ ଘରଗୁଡିକର ଛପର ଓ ଆଜବେଷ୍ଟସ ଉଡାଇ ନେଇଥିଲା।

ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତ କୁମୁଡ ଗାଁ ରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଥମେ ହାଲୁକା ପବନ ସହ ସାମାନ୍ୟ ବର୍ଷା ଅନୁଭୁତ ହୋଇଥିଲା । ଏହାର ପ୍ରଭାବରେ ଗାଁରେ ଥିବା ଆଜବେଷ୍ଟ ଓ ଚାଳ ଛପର ଘରକୁ ମିଶାଇ ୨୦ ରୁ ଊର୍ଦ୍ଧ୍ବ ଘରର ଛପର ସମ୍ପୂର୍ଣ୍ଣ ଉଡିଯାଇଛି। ଏପରିକି ବହୁ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।

Related posts

ଅଟୋ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତ

mahabharatanews

ଓଡିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ଜୀବନ ନେବା ଘଟଣାକୁ ମମତାଙ୍କ ନିନ୍ଦା

mahabharatanews

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସମେତ ୩ ଆହତ

mahabharatanews